Posted inଫୁରସତ

ବାହୁବଳୀ ଶିଶୁ, ବୟସ ତୁଳନାରେ ଓଜନ ଜାଣିଲେ…

ଶିଶୁ ଜନ୍ମ ସମୟରେ ସେମାନଙ୍କର ଓଜନ କେତେ ରହିବା କଥା ତାହା ଜାଣିବା ନିହାତି ଗୁରୁତ୍ୱପୂର୍ଣ୍ଣ। ଅନେକ ଥର ଦେଖାଯାଇଛି ଯେ, ପିଲାମାନଙ୍କର ଓଜନ କମ୍‌ ଥିଲେ ସେମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ବେଳେବେଳେ ଦେଖାଯାଏ ଶିଶୁର ଓଜନ ବହୁତ ବଢ଼ିଯାଇଥାଏ। ଯାହା ଦେଖି ମାତାପିତା ଚିନ୍ତାରେ ପଡ଼ିଥାନ୍ତି। ଆଜି ଏମିତି ଜଣେ ଶିଶୁ ବିଷୟରେ କହିବୁ, ଯାହାଙ୍କ ଓଜନ ବୟସ ତୁଳାରେ ଢେର୍‌ ଅଧିକ।

ଶିଶୁଙ୍କ ନାମ ଜାଲେନ। ତାଙ୍କ ଓଜନକୁ ନେଇ ସେ ଆଖପାଖ ଅଞ୍ଚଳରେ ଚର୍ଚ୍ଚାରେ ରହିଛନ୍ତି। ଜାଲେନଙ୍କ ଜନ୍ମ ସମୟରେ ଓଜନ ସାଧାରଣ ପିଲାମାନଙ୍କ ତୁଳନାରେ ସାମାନ୍ୟ ଅଧିକ ଥିଲା, କିନ୍ତୁ ବୟସ ବଢ଼ିବା ସହିତ ତାଙ୍କ ଓଜନ ବି ବଢ଼ିଚାଲିଲା। ଫଳରେ ସେହି ବୟସରେ ଯେଉଁ ଡ୍ରେସ୍‌ ପିନ୍ଧିବା କଥା ତାହା ତାଙ୍କୁ ହେଲା ନାହିଁ। ତାଙ୍କ ଓଜନ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଆମେରିକାର ଟେକ୍ସାସରେ ରହୁଥିବା ୩୧ ବର୍ଷୀୟା ମାତା ସାଲିଟଜା ଏକ ସନ୍ତାନ ଜନ୍ମ ଦେଇଛନ୍ତି। ଯେତେବେଳେ ଜାଲେନ ନାମକ ଏହି ଶିଶୁ ଜନ୍ମ ହେଲେ ତାଙ୍କର ଓଜନ ୩.୬ କିଲୋଗ୍ରାମ ଥିଲା। ଯାହା ସ୍ବାଭାବିକ ଥିଲା। ଅବଶ୍ୟ, ଯେତେବେଳେ ସେ ବଢ଼ିବାକୁ ଲାଗିଲେ, ତାଙ୍କର ଅଭିବୃଦ୍ଧି ସାଧାରଣ ପିଲାମାନଙ୍କ ତୁଳନାରେ ଭିନ୍ନ ଥିଲା। ୧୨ରୁ ୧୮ ମାସ ବୟସରେ, ସେ ନିଜ ବୟସର ପିଲାମାନଙ୍କ ପରିବର୍ତ୍ତେ ବଡ଼ ପିଲାମାନଙ୍କ ପୋଷାକ ପିନ୍ଧନ୍ତି। ଏପରିକି ଯେତେବେଳେ ସେ ଡାକ୍ତରଙ୍କ ପାଖକୁ ଯାଆନ୍ତି, ପ୍ରତ୍ୟେକ ଥର ସେ ତାଙ୍କୁ ତାଙ୍କ ବୟସଠାରୁ ବଡ଼ ବୋଲି ଭାବନ୍ତି। ବୃତ୍ତି ଅନୁଯାୟୀ ଆଥଲେଟ ପ୍ରଶିକ୍ଷକ, ସାଲିଟଜାଙ୍କ ବଡ଼ ପୁଅ ୪ ବର୍ଷ, ଯାହାର ପୋଷାକ ଦେଢ଼ ବର୍ଷ ବୟସରେ ଜାଲେନଙ୍କୁ ଫିଟ୍‌ ହୋଇଥାଏ।

ଡାକ୍ତରଙ୍କ ଅନୁଯାୟୀ, ଓଜନ ବୃଦ୍ଧି ବ୍ୟତୀତ ଶିଶୁର କୌଣସି ଶାରୀରିକ ସମସ୍ୟା ନାହିଁ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଜାଲେନଙ୍କ ମା’ କୁହନ୍ତି, ତାଙ୍କ ବଡ଼ ପୁଅ ଜାଲେନଙ୍କଠାରୁ ଅଢ଼େଇ ବର୍ଷ ବଡ କିନ୍ତୁ ଉଭୟଙ୍କର ଓଜନ ପ୍ରାୟ ସମାନ। ଜାଲେନଙ୍କ ଓଜନ ୧୪ କିଲୋଗ୍ରାମ ଥିବାବେଳେ ତାଙ୍କ ଭାଇର ଓଜନ ୧୪.୫ କିଲୋଗ୍ରାମ। ଅତ୍ୟଧିକ ଓଜନ ହେତୁ ଜାଲେନ ବିଳମ୍ବରେ ଚାଲିବାକୁ ସକ୍ଷମ ହୋଇଥିଲେ। ତାଙ୍କ ଓଜନକୁ ନେଇ ଲୋକେ ନାନା କଥା ଚର୍ଚ୍ଚା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

ମା’ଙ୍କ ହାତରେ ମୋ ପ୍ରଥମ ରୋଜଗାର ଟଙ୍କା

ମୁଁ ମହାବିଦ୍ୟାଳୟ ଶିକ୍ଷା ସମାପ୍ତ ପରେ ଚାକିରି ସନ୍ଧାନରେ ଥିଲି। ପରେ ନିଜ ଗାଁ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ରୂପେ ଯୋଗଦେଇଥିଲି। ସେଠିକାର ଶିକ୍ଷାଦାନ ପଦ୍ଧତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri