ଧରାକୋଟ,୨ା୭(ଡି.ଏନ୍.ଏ.)- ଓଡ଼ିଶାର ଯେତେ ଗଡ଼ଜାତ ରାଜ୍ୟ ରହିଛି ସେଥିମଧ୍ୟରୁ ଧରାକୋଟ ଗଡ଼ର ବାହୁଡ଼ା ଯାତ୍ରା ନିଆରା। କିନ୍ତୁ ଚଳିତବର୍ଷ ମହାମାରୀ କରୋନା ପାଇଁ ଶହ ଶହ ବର୍ଷର ପରମ୍ପରା ଭାଙ୍ଗିଛି। ମନ୍ଦିର ବେଢ଼ା ଭିତରେ ସମ୍ପନ୍ନ ହୋଇଛି ଶ୍ରୀଜୀଉଙ୍କ ବାହୁଡା ଯାତ୍ରା। ବଡ଼ପଣ୍ଡା ତ୍ରିନାଥ ପଣ୍ଡା ଦେବନୀତି ସମ୍ପନ୍ନ କରିଥିବା ବେଳେ ମନ୍ଦିର ଚାରିପଟେ ପୋଲିସର କଡ଼ା ପହରା ରହିଥିଲା। ଧରାକୋଟର ଲକ୍ଷାଧିକ ଶ୍ରଦ୍ଧାଳୁ ଦେବ ଦର୍ଶନରୁ ବଞ୍ଚତ୍ତ ହୋଇଛନ୍ତି।