ଦଧିବାମନଜୀଉଙ୍କ ବାହୁଡ଼ା ଯାତ୍ରା

ଆନନ୍ଦପୁର,୯ା୭(ସ୍ବ.ପ୍ର.): ଆନନ୍ଦପୁରର ଶ୍ରୀଶ୍ରୀ ଦଧିବାମନଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ନୀତିକାନ୍ତି ପୂର୍ବକ ଶେଷ ହୋଇଛି। ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଉପଲକ୍ଷେ ମାଉସୀ ମା’ ମନ୍ଦିରରେ ସମସ୍ତ ଦେବନୀତି ସମ୍ପନ୍ନ କରାଯାଇଥିଲା। ପରେ ପହଣ୍ଡି ବିଜେ କାର୍ଯ୍ୟ ଯଥାବିଧି ଶେଷ ହେବା ପରେ ଛେରାପହଁରା କାର୍ଯ୍ୟ ସମ୍ପାଦିତ ହୋଇଥିଲା। ପରିଚ୍ଛା ସୁଦର୍ଶନ ମିଶ୍ର ଛେରାପହଁରା ସମ୍ପାଦନ କରିଥିଲେ। ତିନି ଦିଅଁ ରଥାରୂଢ଼ ପରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ନିର୍ଦ୍ଧାରିତ ସମୟ ଅପରାହ୍ନ ୫ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୬ଟାରେ ରଥ ଦଧିବାମନଜୀଉ ମନ୍ଦିରରେ ପହଞ୍ଚିଥିଲା। ଆନନ୍ଦପୁର ଦେବୋତ୍ତର ବିଭାଗ ମୁଖ୍ୟ ତଥା ଉପଜିଲାପାଳ ଗୋପୀନାଥ କୁଅଁରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି।

Share