କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ା: ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା

କେନ୍ଦ୍ରାପଡ଼ା,୧୬ା୭: ତୁଳସୀକ୍ଷେତ୍ରର କ୍ଷେତାଧିପତି ଶ୍ରୀବଳଦେବଜୀଉଙ୍କ ଆଜି ବାହୁଡ଼ା ଯାତ୍ରା। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଏନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏନେଇ ପୂର୍ବ ନୀତି ନିର୍ଘଣ୍ଟ ନେଇ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ରଥଟଣା ହେବ ବୋଲି ଶ୍ରୀଜୀଉଙ୍କ ସେବାୟତ ଲଳିତ କୁମାର କର ସୂଚନା ଦେଇଛନ୍ତି। ଶ୍ରଦ୍ଧାଳୁଙ୍କ ଗହଳିକୁ ଦୁଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ସୂଚନା ଯୋଗ୍ୟ, ବାହୁଡ଼ା ଦଶମୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସକାଳ ୬ଟାରେ ଇଚ୍ଛାପୁରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇଥିଲା। ସାଢେ ୮ଟା ରେ ଗୋପାଳବଲ୍ଲଭ ଧୂପ, ମଧ୍ୟାହ୍ନରେ ଖେଚୁଡ଼ି ଭୋଗ ପରେ ସେନାପଟା ଲାଗି ହୋଇଥିଲା। ପୂର୍ବାହ୍ନ ୧୦ଟାରେ ଶ୍ରଦ୍ଧାଳୁ ଓ ଜିଲା ପୋଲିସ ବାହିନୀ ବ୍ରହ୍ମ ତାଳଧ୍ୱଜ ରଥକୁ ଦକ୍ଷିଣମୋଡ଼ କରିଥିଲେ। ସନ୍ଧ୍ୟା ୬ଟାରେ ମନ୍ଦିରର ବାହୁଡ଼ା ଦ୍ୱାର ବାଟ ଦେଇ ଧାଡ଼ି ପହଣ୍ଡରେ ଶ୍ରୀଜୀଉଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ଅନ୍ୟାନ୍ୟ ରୀତିନୀତି ଅନୁଯାୟୀ ଆଳତି ଓ ପୂଜାର୍ଚ୍ଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ନନ ଭେଜ ଛାଡିଛନ୍ତି JD Vance? ନାହିଁ ତ ଇଣ୍ଡିଆ କନେକ୍ସନ

ନୂଆଦିଲ୍ଲୀ,୨୨।୪: ସୋମବାର (୨୧ ଏପ୍ରିଲ, ୨୦୨୫) ସକାଳେ, ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା, ଯେଉଁଠାରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ...

ପିଅନ ପଦବୀ ପାଇଁ ଆବେଦନ କରିଛନ୍ତି ପିଏଚ୍‌. ଡି., ଏମ୍‌ବିଏ, ଲ’ ଗ୍ରାଜୁଏଟ

ଜୟପୁର, ୨୨ା୪: ରାଜସ୍ଥାନ ସରକାରଙ୍କ ଅଧୀନ ରାଜସ୍ଥାନ ସବ୍‌ଅର୍ଡିନେଟ ଆଣ୍ଡ୍‌ ମିନିଷ୍ଟ୍ରିଆଲ ଷ୍ଟାଫ୍‌ ସିଲେକ୍ସନ ବୋର୍ଡ (ଆର୍‌ଏସ୍‌ଏମ୍‌ଏସ୍‌ଏସ୍‌ବି) ଦ୍ୱାରା ଜାରି ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ନିଯୁକ୍ତି...

କାନାଡାର ହିନ୍ଦୁ ମନ୍ଦିର, ଗୁରୁଦ୍ୱାରାରେ ଖଲିସ୍ତାନୀଙ୍କ ଆକ୍ରମଣ

ଓଟ୍ଟାଓ୍ବା, ୨୨।୪:କାନାଡାର ଖଲିସ୍ତାନୀ ଉଗ୍ରବାଦୀମାନେ ରବିବାର ରାତିରେ ଭାଙ୍କୋଭରସ୍ଥିତ ଖାଲ୍‌ସା ଦ୍ୱିଓ୍ବାନ୍‌ ସୋସାଇଟି (କେଡିଏସ୍‌) ଗୁରୁଦ୍ୱାରାରେ ଭଙ୍ଗାରୁଜା କରିବା ସହ ଏହାର କାନ୍ଥରେ ବିଭିନ୍ନ ପ୍ରକାରର...

୫୬ ଲକ୍ଷରେ ନିଲାମ ହେଲା ଭଙ୍ଗା ଫୁଲଦାନି

ଲଣ୍ଡନ: ବ୍ରିଟେନ୍‌ର ଏକ ଭଙ୍ଗା ଏବଂ ପୁରୁଣା ଫୁଲଦାନି ନିଲାମରେ ଏହା ୫୬ ଲକ୍ଷ ଟଙ୍କା (ପ୍ରାୟ ୬୬ ହଜାର ଡଲାର)ରେ ବିକ୍ରି ହୋଇ ଚର୍ଚ୍ଚାରେ ରହିଛି।...

ବିକଶିତ ରାଷ୍ଟ୍ର ହେବା ପାଇଁ ବର୍ଷକୁ ୮ ନିୟୁତ ନିଯୁକ୍ତି ସୃଷ୍ଟି ଆବଶ୍ୟକ: ସିଇଏ

ନୂଆଦିଲ୍ଲୀ,୨୨।୪: ୨୦୪୭ ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଲକ୍ଷ୍ୟ ହାସଲ କରିବାକୁ ହେଲେ ବର୍ଷକୁ ୮ ନିୟୁତ ହିସାବରେ ଅନୂ୍ୟନ ପରବର୍ତ୍ତୀ ୧୦ରୁ ୧୨...

ଉଦ୍‌ଘାଟନୀ ଉପକଥା

ଟିଏ ଘଟଣା ବିଷୟରେ ଚିନ୍ତା କରାଯାଉ। ପରିବେଶ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ କର୍ମଶାଳା ହେଉଥିବ। ଆବଦ୍ଧ ସଭାଗୃହ ମଧ୍ୟରେ ଭରି ରହିଥିବେ ଦର୍ଶକ। ସାଜସଜ୍ଜା ବେଶ୍‌...

ନିର୍ବାଚନ କମିଶନ ସାଲିସ୍‌ କରିଛନ୍ତି

ବାଷ୍ଟନ/ନୂଆଦିଲ୍ଲୀ,୨୨।୪: ଆମେରିକା ଗସ୍ତରେ ଯାଇଥିବା କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସେଠାର ଏକ କାର୍ଯ୍ୟକ୍ରମରେ ଭାରତର ନିର୍ବାଚନ କମିଶନଙ୍କ...

କିପରି ହୁଏ ନୂଆ ପୋପ୍‌ ନିର୍ବାଚନ: ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

ନୂଆଦିଲ୍ଲୀ,୨୨।୪: ୧୪୦ କୋଟି କାଥୋଲିକ୍‌ଙ୍କର ଧର୍ମୀୟ ମୁଖ୍ୟ ଥିବା ପୋପ୍‌ ଫ୍ରାନ୍ସିସଙ୍କ ପରଲୋକ ପରେ ଭାଟିକାନ୍‌ ନେତୃତ୍ୱବିହୀନ ହୋଇଛି। ନୂଆ ନେତା ନିର୍ବାଚନ ହେବା ପର୍ଯ୍ୟନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image