ବ୍ଲକ୍‌ ହେଲା ଚାଇନାର ବାଇଡୁ, ଓ୍ବିବୁ ଆପ୍‌

ନୂଆଦିଲ୍ଲୀ,୫।୮: ସୀମାରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଭାରତ ସରକାର ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ କରିଥିଲେ। ପ୍ରାଥମିକ ପର୍ଯ୍ୟାୟରେ ୫୯ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୪୭ ମୋବାଇଲ ଆପ୍ଲିକେଶନକୁ ସରକାର ବ୍ଲକ କରି ଦେଇଛନ୍ତି। ବର୍ତ୍ତମାନ ଚାଇନାର ୨ ଲୋକପ୍ରିୟ ଆପ୍‌ ବାଇଡୁ ଏବଂ ଓ୍ବିବୁକୁ ବ୍ଲକ୍‌ କରାଯାଇଥିବା ମଙ୍ଗଳବାର ଜଣାପଡିଛି। ବାଇଡୁ ଗୁଗଲର ବିକଳ୍ପ ହୋଇଥିବା ବେଳେ ଓ୍ବିବୁ ଟୁଇଟରର ବିକଳ୍ପ ଭାବେ କାମ କରୁଥିଲା। ସିନା କର୍ପୋରେଶନ ଦ୍ୱାରା ୨୦୦୯ରେ ଓ୍ବିବୁର ଲଞ୍ଚ କରାଯାଇଥିଲା। ସାରା ବିଶ୍ୱରେ ବର୍ତ୍ତମାନ ଏହାର ୫୦ କୋଟି ପଞ୍ଜୀକୃତ ୟୁଜର ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଆପ୍ଲିକେଶନକୁ ବ୍ୟବହାର କରିଥିଲେ। ୨୦୧୫ରେ ସେ ଏଥିରେ ଏକ ଆକାଉଣ୍ଟ ଖୋଲିଥିଲେ। ମୋଦିଙ୍କର ଏଥିରେ ୨ ଲକ୍ଷ ଫଲୋଅର ମଧ୍ୟ ଅଛନ୍ତି। ସେହିଭଳି ବାଇଡୁ ଭାରତରେ ଏହାର ସ୍ଥିତିକୁ ମଜଭୁତ କରିବା ଲାଗି ଯୋଜନା ରଖିଥିଲା। ଚଳିତ ବର୍ଷ ଜାନୁୟାରୀରେ ଏହାର ସିଇଓ ରବିନ ଲି ଆଇଆଇଟି ମାଡ୍ରାସ ଗସ୍ତ କରିଥିଲେ ବୋଲି ଜଣାପଡିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ମୋବାଇଲ କମ୍ପ୍ୟୁଟିଂ କ୍ଷେତ୍ରରେ ଭାରତ ସହ ମିଳିତ ହୋଇ କାମ କରିବାକୁ ଲି ମତ ରଖିଥିଲେ। ଏହି ଆପ୍‌ଗୁଡିକୁ ହଟାଇବା ଲାଗି ଗୁଗଲ ଏବଂ ଆପଲ ଆପ୍‌ ଷ୍ଟୋର ସମେତ ଇଣ୍ଟରନେଟ ସର୍ଭିସ ପ୍ରୋଭାଇଡରଙ୍କୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଟିକ୍‌ଟକ୍‌, ୟୁସି ବ୍ରାଉଜର, ହେଲୋ, ଲାଇକି, ଶେୟାର ଇଟ୍‌, ଏମ୍‌ଆଇ କମ୍ୟୁନିଟି, ଓ୍ବିଚାଟ୍‌,କ୍ୟାମ ସ୍ମାନର ଭଳି ଆପ୍‌କୁ ବ୍ଲକ୍‌ କରାଯାଇଛି। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟରେ ସରକାର ଅନ୍ୟ କିଛି କ୍ଲୋନି ଆପ୍‌ ଟିକ୍‌ଟକ୍‌ ଲାଇଟ, ଲାଇକି ଲାଇଟ୍‌, ବିଗୋ ଲାଇଭ ଲାଇଟ୍‌, ଶେୟାର ଇଟ୍‌ ଲାଇଟ, କ୍ୟାମ୍‌ ସ୍ନାନର ଏଚ୍‌ଡି ଭଳି ବ୍ଲକ ମଧ୍ୟ କରାଯାଇଛି। ଦେଶର ସାର୍ବଭୌମତ୍ୱ, ନିରାପତ୍ତା ଏବଂ ସଂହତି ବିପନ୍ନ କରୁଥିବା ଆଶଙ୍କା କରି ସରକାର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାରିବର୍ଷ ସର୍ବନିମ୍ନ ସ୍ତରକୁ ଖସିପାରେ ଅଭିବୃଦ୍ଧି ହାର, ଚିନ୍ତା ବଢ଼ାଇଲା ସରକାରଙ୍କ ତଥ୍ୟ

ନୂଆଦିଲ୍ଲୀ,୭।୧: ମଙ୍ଗଳବାର ସରକାର ଜିଡିପି ତଥ୍ୟ ପ୍ରକାଶ କରିଛନ୍ତି। ଏହାକୁ ଧ୍ୟାନରେ ରଖି ଅନୁମାନ କରାଯାଉଛି ଯେ, ଆଗାମୀ ୨୦୨୪-୨୫ ଆର୍ଥିକ ବର୍ଷରେ ଭାରତର ମୋଟ...

SBIର ଏହି ସ୍କିମରେ ୩ ବର୍ଷ ପାଇଁ କରନ୍ତୁ ନିବେଶ ମିଳିବ ୬.୯୦ ଲକ୍ଷ ଟଙ୍କାରୁ ଅଧିକ, ଆଜି ନିଅନ୍ତୁ ଫାଇଦା

ନୂଆଦିଲ୍ଲୀ, ୭।୧: ଏସବିଆଇ ଅର୍ଥାତ୍‌ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ହେଉଛି ଦେଶର ସବୁଠାରୁ ବଡ ବ୍ୟାଙ୍କ । ଏସବିଆଇ ନିବେଶକମାନଙ୍କୁ ଆକର୍ଷଣୀୟ ସୁଧ ହାର...

ନିବେଶକ ହରାଇଲେ ୯ ଲକ୍ଷ କୋଟି

ମୁମ୍ବାଇ,୭।୧: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସାଙ୍ଗକୁ ଭାରତୀୟ ମୁଦ୍ରାର ମୂଲ୍ୟ ହ୍ରାସ ଓ ନୂତନ ଚାଇନା ଭୂତାଣୁ ଏଚ୍‌ଏମ୍‌ପିଭିର ପ୍ରାଥମିକ ପ୍ରଭାବ ଯୋଗୁ...

ରସକିକ୍‌ ଗ୍ଲୁକୋ ଏନର୍ଜିର ଶୁଭାରମ୍ଭ

ମୁମ୍ବାଇ,୭।୧ (ଅଭୟ ଦାଶ): ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଗୁଣାତ୍ମକ ମୃଦୁପାନୀୟ ବ୍ରାଣ୍ଡ୍‌ ‘ରସକିକ୍‌ ଗ୍ଲୁକୋ ଏନର୍ଜି’ର ଶୁଭାରମ୍ଭ ନିକଟରେ...

ଡିସେମ୍ବରରେ ୧୦,୬୩୯ ୟୁନିଟ୍‌ ଟ୍ରାକ୍ଟର ବିକ୍ରି

ନୂଆଦିଲ୍ଲୀ,୭।୧: ଦେଶର ଏକ ନମ୍ବର ଟ୍ରାକ୍ଟର ରପ୍ତାନିକାରୀ ବ୍ରାଣ୍ଡ୍‌ ‘ସୋନାଲିକା ଟ୍ରାକ୍ଟର୍ସ’ର ମାସିକ ଯାନ ବିକ୍ରି ଫଳାଫଳ ନିକଟରେ ଘୋଷଣା କରାଯାଇଛି। ଏପରିକି ୨୦୨୪ ଡିସେମ୍ବରରେ...

ପତଞ୍ଜଳିର ୩୦ତମ ପୂର୍ତ୍ତି ଉତ୍ସବ

ନୂଆଦିଲ୍ଲୀ,୬।୧ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ସଂସ୍ଥାନର ୩୦ତମ ପୂର୍ତ୍ତି ଉତ୍ସବ ରବିବାର ହରିଦ୍ୱାରର ପତଞ୍ଜଳି ୱେଲ୍‌ନେସସ୍ଥିତ ଯୋଗ ଭବନ...

ବୈଦ୍ୟୁତିକ ଯାନର ବ୍ୟବହାରକୁ ସରକାରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ,୬।୧: ବର୍ତ୍ତମାନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବୈଦ୍ୟୁତିକ ଯାନ ( ଇଲେକଟ୍ରିକ ଭେହିକିଲ ବା ଇଭି) ର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି।...

OYOରେ ଆଉ ରୁମ୍‌ ବୁକ୍‌ କରିପାରିବେ ନାହିଁ ଅବିବାହିତ ଯୋଡ଼ି, ଜାଣନ୍ତୁ କେଉଁଠି ଲାଗୁ ହେଲା…

ନୂଆଦିଲ୍ଲୀ,୫।୧: OYOର ବଡ଼ ଘୋଷଣା। କମ୍ପାନୀ ଏହାର ଚେକ୍‌ ଇନ୍‌ ନିୟମରେ ପରିବର୍ତ୍ତନ କରିଛି। ଏଥିସହ ଜଡ଼ିତ ହୋଟେଲରେ ଏହାକୁ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଓୟୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri