ନୂଆଦିଲ୍ଲୀ,୧୪।୧: ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ(ଏଇଏସ୍ଏଲ୍)କୁ ବାୟଜୁସ୍ ୧ ବିଲିୟନ ଡଲାରରେ କିଣିବ। ଏଥିଲାଗି ୨ କମ୍ପାନୀ ମଧ୍ୟରେ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହା ଏଡ୍ଟେକ୍ ସେକ୍ଟରରେ ସବୁଠାରୁ ବଡ ଡିଲ୍ ବୋଲି କୁହାଯାଇଛି। ଡିଲ୍ ଆଗାମୀ ୨ରୁ ୩ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ବ୍ଲୁମ୍ବର୍ଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଆକାଶ ଏଜୁକେଶନାଲ ସର୍ଭିସେସ୍ ବ୍ଲାକ୍ଷ୍ଟୋନ ଗ୍ରୁପ୍ ନିବେଶ କରିଛି। ଆକାଶ ଇଞ୍ଜିନିୟରିଂ ଏବଂ ମେଡିକାଲ ପ୍ରବେଶିକା ଲାଗି ଛାତ୍ରୀଛାତ୍ରଙ୍କୁ ପ୍ରସ୍ତୁତ କରାଉଛି। ୨୦୨୦ ଅଗଷ୍ଟରେ ବାୟଜୁସ୍ ହ୍ବାଇଟହାଟ ଜୁନିୟରକୁ କ୍ରୟ କରିଥିଲା। ଡିଲ୍ ପରେ ମଧ୍ୟ ଟିମ୍ ସହ ଆକାଶର ପରିଚାଳନାର ଜାରି ରହିବ ବୋଲି ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।