Categories: ଜାତୀୟ

ଲଖିମପୁର ଖେରି ହିଂସା: ଆଶିଷଙ୍କୁ ମିଳିଲା ନାହିଁ ଜାମିନ

ଲକ୍ଷ୍ନୌ,୧୩ ।୧୦: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ସିଜେଏମ୍ କୋର୍ଟ ଖାରଜ କରି ଦେଇଛନ୍ତି । ଆଶିଷଙ୍କ ଓକିଲ କୋର୍ଟରେ ଜାମିନ ଆବେଦନ କରିଥିଲେ । ଅନ୍ୟପଟେ ଏହାର ଆଉଜଣେ ଅଭିଯୁକ୍ତ ଶେଖର ଭାରତୀଙ୍କୁ ୩ ଦିନିଆ ପୋଲିସ କଷ୍ଟୋଡିରେ ପଠାଯିବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲଖିମପୁର ଖେରିରେ ବିରୋଧ କରୁଥିବା କୃଷକଙ୍କ ଉପରେ ଆଶିଷ ଗାଡି ମଡାଇଦେବା ଅଭିଯୋଗ ହୋଇଥିଲା । ଯେଉଁଥିରେ ୪ କୃଷକଙ୍କ ସମେତ ଜଣେ ଖବରଦାତା ଓ ଅନ୍ୟ ୩ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ଏଥିରେ ଆଶିଷ ଆଦୌ ସମ୍ପୃକ୍ତ ନ ଥିବା କହି ପୋଲିସକୁ ଧରାଦେଇ ନ ଥିଲେ । ଶେଷରେ ସେ ନିଜେ କୋର୍ଟରେ ହାଜର ହୋଇଥିଲେ ।

Share