ଅଶ୍ଳିଳ ବିଷୟବସ୍ତୁ ପ୍ରସ୍ତୁତିରେ ସାମିଲ ଥିବା ନେଇ କୌଣସି ପ୍ରମାଣ ନାହିଁ: ରାଜ କୁନ୍ଦ୍ରା

ବମ୍ବେ,୨୦।୯: ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଶେଷରେ ମିଳିଲା ଜାମିନ। ଦୀର୍ଘ ୨ ମାସ ଜେଲରେ ରହିବା ପରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। କୋର୍ଟରେ ରାଜ୍‌ ତାଙ୍କୁ ଫସାଯାଇଥିବା କହିବା ସହ ଲଗାତାର ଭାବେ ଅଶ୍ଳିଳ ବିଷୟବସ୍ତୁ ପ୍ରସ୍ତୁତିରେ ସାମିଲ ଥିବା ନେଇ ଚାର୍ଜସିଟରେ କୌଣସି ପ୍ରମାଣ ନାହିଁ ବୋଲି କହିଥିଲେ।

ଜୁଲାଇ ୧୯ ବିଳମ୍ବିତ ରାତିରେ ରାଜ୍‌ଙ୍କୁ ଗିରଫ କରାଯାଇଥିଲା। ଏହାପରେ ତାଙ୍କର ଜାମିନ ଅଗ୍ରାହ୍ୟ ହେବାରୁ ଜେଲକୁ ପଠାଯାଇଥିଲା। ଏବେ ଜାମିନ ମିଳିବା ପରେ ସେ ୨୧ ସେପ୍ଟେମ୍ବର ମଙ୍ଗଳବାର ଦିନ ୧୦ ଟା ପରେ ଆର୍ଥର ରୋଡ ଜେଲରୁ ବାହାରିବେ ବୋଲି ଜଣାପଡ଼ିଛି।

Share