Categories: ଜାତୀୟ

ନାବାଳିକାଙ୍କ ସହ ପ୍ରେମସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ଅପ୍ରାସଙ୍ଗିକ …

ନୂଆଦିଲ୍ଲୀ, ୨୨।୨ : ନାବାଳିକାଙ୍କ ସହ ପ୍ରେମ ସମ୍ପର୍କରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିବା ଅପ୍ରାସଙ୍ଗିକ ବୋଲି ସୁପ୍ରିମ୍‌କୋର୍ଟ ଏକ ମାମଲାର ବିଚାର ସମୟରେ ଏଭଳି କହିଛନ୍ତି। ଝାଡଖଣ୍ଡ ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠ ଅଭିଯୁକ୍ତଙ୍କ ଜାମିନ ମଞ୍ଜୁର କରିଥିଲେ।

ତେବେ ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଶୀର୍ଷକୋର୍ଟରେ ଏକ ରିଟ୍‌ ପିଟିଶନ୍‌ ଦାଖଲ କରାଯାଇଥିଲା। ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ଼ ଏବଂ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଭାରତୀୟ ଦଣ୍ଡବିଧି ସଂହିତା(ଆଇପିସି) ଧାରା ୩୭୬ ଏବଂ ପୋକ୍ସୋ ଧାରା ୬ ଅନ୍ତର୍ଗତ ଅଭିଯୁକ୍ତଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ, ୨୦୨୧ ଜାନୁୟାରୀ ୨୭ରେ ଆଇପିସି ଧାରା ୩୭୬ ଏବଂ ପୋକ୍ସୋ ଧାରା ୬ ଅନ୍ତର୍ଗତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରାଞ୍ଚି ଜିଲାରେ ରୁଜୁ କରାଯାଇଛି।

ଅଭିଯୁକ୍ତ ନାବାଳିକାଙ୍କୁ ନେଇ ହୋଟେଲରେ ରଖିଥିଲେ। ଏହା ସହିତ ବିବାହର ପ୍ରତିଶ୍ରୁତି ପ୍ରଦାନ କରି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ନାବାଳିକା ବିବାହ କରିବାକୁ ମନା କରିବାରୁ ଅଭିଯୁକ୍ତ ତାଙ୍କ ପିତାଙ୍କ ପାଖକୁ ଅଶ୍ଳୀଳ ଭିଡ଼ିଓ ପଠାଇଥିଲେ।

ଏହାର ବିଚାର କରି ଖଣ୍ଡପୀଠ ଜାମିନ ନାମଞ୍ଜୁର କରିବା ସହିତ ଅଭିଯୁକ୍ତଙ୍କୁ ଶୀଘ୍ର ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share