Advertisement
Categories: ଜାତୀୟ

ଝାଡ଼ଖଣ୍ଡ ୩ ବିଧାୟକଙ୍କୁ ଜାମିନ୍‌, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଏଭଳି କରିଥିବା ଅଭିଯୋଗ ଆଣିଲେ ଅଭିଯୁକ୍ତ…

କୋଲକାତା, ୨୦।୮ : ଏକ କାରରୁ ୫୦ ଲକ୍ଷ ଟଙ୍କା ଜବତ ହୋଇଥିବା ଅଭିଯୋଗ ଗିରଫ ହୋଇଥିବା ଝାଡ଼ଖଣ୍ଡର ୩ ଜଣ ବିଧାୟକଙ୍କୁ କୋଲକାତା ହାଇକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜମତରା ବିଧାୟକ ଇରଫାନ୍‌ ଅଂସାରୀ,ଖିଜରି ବିଧାୟକ ରାଜେଶ କଚ୍ଛପ ଏବଂ କୋଲେବିରା ବିଧାୟକ ନମନ ବିକ୍ସଲଙ୍କୁ ଜାମିନ ମିଳିଛି।

ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ କଥାବର୍ତ୍ତା ସମୟରେ ଅଂସାରୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଜାଣିଶୁଣି ରାଜନୈତିକ ଉଦ୍ଦେଶ୍ୟ ନେଇ ସେମାନଙ୍କୁ ଆଇନ ଜାଲରେ ଛନ୍ଦି ଦେଇଛନ୍ତି। ଜବତ ହୋଇଥିବା ଟଙ୍କା ଆମର ଥିଲା। ଆମେ କଂଗ୍ରେସ ନୀତିରେ ପରିଚାଳିତ। ଆମେ କେବେ ମଧ୍ୟ ଭାଜପାରେ ସାମିଲ ହୋଇ ପାରିବୁ ନାହିଁ। ୩ ଜଣ ବିଧାୟକ ସରକାର ଭାଙ୍ଗି ପାରିବେ ନାହିଁ ବୋଲି ସେ କହିଛନ୍ତି।

ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି ଯେ, ରାଜ୍ୟର ବିକାଶ ଏବଂ ଜନସାଧାରଣଙ୍କର ଆଶା ଆକାଂକ୍ଷା କିଭଳି ପୂରଣ ହେବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share