ଗୁଣପୁର,୨୫।୭ (ପ୍ରଦୀପ କୁମାର ପାଢ଼ୀ): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ରାୟଗଡା ଜିଲା ଗୁଣପୁର ସବ୍ଜଜ୍ଙ୍କ କୋର୍ଟରେ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଗୁଣପୁରଠାରେ ଚାଲିଥିବା ଏହି ମାମଲାରେ ଜାମିନ ନାମଞ୍ଜୁର ହେବା ପରେ ସବ୍ୟସାଚୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ତାଙ୍କର ଜାମିନ ମଞ୍ଜୁର ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କ ନାମରେ ଗୁଣପୁର ସବ୍ଜଜ୍ଙ୍କ କୋର୍ଟରେ ୩ଟି ଏବଂ ଅତିରିକ୍ତ ଜିଲା ଜଜ୍ କୋର୍ଟରେ ୪ଟି ମାମଲା ବିଚାରାଧୀନ ଥିବାରୁ ସେ ଜେଲରୁ ବାହାରିପାରିବେ ନାହିଁ ବୋଲି ଜଣାପଡିଛି।