ନଭନୀତ କାର୍ଲାଙ୍କୁ ଜାମିନ

ନୂଆଦିଲ୍ଲୀ, ୩୦।୫: ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ମହଜୁଦ୍‌ ରଖିବା ମାମଲାରେ ବ୍ୟବସାୟୀ ନଭନୀତ କାର୍ଲାଙ୍କୁ ଦିଲ୍ଲୀର ଏକ ଅଦାଲତ ଶନିବାର ଜାମିନ ପ୍ରଦାନ କରିଛନ୍ତି। ତାଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଦୁଇଟି ସିଓରିଟି ବ୍ୟକ୍ତିଗତ ବଣ୍ଡ୍‌ ଦାଖଲ କରି ଜାମିନରେ ଯିବାକୁ କୁହାଯାଇଛି। ମହାମାରୀ ସମୟରେ କରୋନା ରୋଗୀ ଅକ୍ସିଜେନ୍‌ ନ ପାଇ ମରୁଥିବାବେଳେ ଦିଲ୍ଲୀର ବ୍ୟବସାୟୀ ନଭନୀତ ବିପୁଳ ପରିମାଣରେ ଅକ୍ସିଜେନ୍‌ କନ୍‌ସେଣ୍ଟ୍ରେଟର ବେଆଇନ ଭାବେ ମହଜୁଦ୍‌ ରଖି ଏହାର କଳାବଜାର କରୁତ୍ଥିଲେ। ଗତ ରବିବାର ଦିଲ୍ଲୀ ପୋଲିସର କ୍ରାଇମ୍‌ ବ୍ରାଞ୍ଚ୍‌ ତାଙ୍କୁ ଗିରଫ କରିଥିଲା।

Share