Categories: ଜାତୀୟ

ସଞ୍ଜୟଙ୍କୁ ଜାମିନ…

ମୁମ୍ବାଇ,୯।୧୧ : ଶିବସେନା ନେତା ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ କୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ତାଙ୍କ ଜାମିନ ଆବେଦନ ଶୁଣାଣି ବେଳେ ମୁମ୍ବାଇର ପିଏମଏଲଏ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପାତ୍ରା ଚାଲ ଜମି ଦୁର୍ନୀତି ଅଭିଯୋଗରେ ସଞ୍ଜୟ ଦୀର୍ଘ ଦିନ ଧରି ଜେଲରେ ଥିଲେ।

ସଞ୍ଜୟଙ୍କୁ ଜାମିନ ମିଳିବା ମାତ୍ରେ ଅତିରିକ୍ତ ସୋଲିସିଟର ଜେନେରାଲ ଜାମିନ ଆଦେଶ ଉପରେ କିଛି ଦିନ ପାଇଁ ରୋକ ଲଗାଇବାକୁ ଚାହୁଁଥିବା ପ୍ରକାଶ କରିଥିଲେ। ଯାହାଦ୍ୱାରା ଇଡି ମୁମ୍ବାଇର ପିଏମଏଲଏ କୋର୍ଟଙ୍କ ଆଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିପାରିବେ।

ସଞ୍ଜୟଙ୍କୁ ଅଗଷ୍ଟ ୧ ରେ ଇଡି ଗିରଫ କରିଥିଲା। ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି।

Share