ଶିଳ୍ପାଙ୍କ ମା’ଙ୍କ ବିରୋଧରେ ଜାରି ହେଲା ଓ୍ବାରେଣ୍ଟ

ବମ୍ବେ: ଗିରଫ ହୋଇପାରନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା। ଏକ ଠକେଇ ମାମଲାରେ ତାଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି ହୋଇଛି। ପୂର୍ବରୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌(ଅନ୍ଧେରୀ କୋର୍ଟ) ଆର୍‌ ଆର୍‌ ଖାନ୍‌ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଏବଂ ଭଉଣୀ ସମିତାଙ୍କୁ ସମନ ଜାରି କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ସେଟ୍ଟୀ ପରିବାର ସ୍ବତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଏହି ମାମଲାରେ ସୋମବାର ସ୍ବତନ୍ତ୍ର କୋର୍ଟ ଶିଳ୍ପା ଏବଂ ସମିତାଙ୍କ ବିରୋଧରେ ଜାରି ହୋଇଥିବା ସମନ ଉପରେ ରୋକ୍‌ ଲଗାଇଛନ୍ତି। ହେଲେ ତାଙ୍କ ମା’ ସୁନନ୍ଦାଙ୍କୁ ଆଶ୍ୱସ୍ତି ମିଳିନାହିଁ।

ଶିଳ୍ପାଙ୍କ ବାପା(ଦିବଂଗତ) ସୁରେନ୍ଦ୍ର ସେଟ୍ଟୀ ଜଣେ ବ୍ୟବସାୟୀଙ୍କଠାରୁ ୧୮ ବର୍ଷ ବୟସରେ ବାର୍ଷିକ ସୁଧ ହାରରେ ଋଣ ନେଇଥିଲେ। ୨୦୦୭ ଜାନୁୟାରୀରେ ତାଙ୍କୁ ସେହି ଟଙ୍କା ଦେବାର ଥିଲା। ହେଲେ ସୁରେନ୍ଦ୍ରଙ୍କ ମୃତ୍ୟୁ ପରେ ଶିଳ୍ପା, ସମିତା ଏବଂ ସୁନନ୍ଦା ୨୦୧୫ରେ ସେମାନଙ୍କ ବାପା ନେଇଥିବା ଟଙ୍କା ଫେରସ୍ତ କରିବାରେ ବିଫଳ ହୋଇଥିଲେ। ଏପରିକି ସେମାନେ ୨୧ ଲକ୍ଷ ଟଙ୍କା ପରିଶୋଧ କରିବାକୁ ମନା କରିଦେଇଥିବା ଉକ୍ତ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ଏବେ ସୁନନ୍ଦାଙ୍କ ନାମରେ ଏହି କଥିତ ଭାବେ ଠକେଇ ମାମଲା ଚାଲିଛି।

Share