Categories: ଖେଳ

ଆଇପିଏଲ୍‌ ଖେଳିିବାକୁ ବେୟାରଷ୍ଟୋଙ୍କୁ ମିଳୁନି ଅନୁମତି

ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ଷ୍ଟାର ବ୍ୟାଟର ଜନ୍ନି ବେୟାରଷ୍ଟୋ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିିବେ ନାହିଁ। ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁଥିବା ହାଇପ୍ରୋଫାଇଲ ଟି୨୦ ଲିଗ୍‌ରେ ଖେଳିବା ପାଇଁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ(ଏନ୍‌ଓସି) ଦେବାକୁ ତାଙ୍କ ଇଂଲଣ୍ଡ କ୍ରିକେଟ ବୋର୍ଡ ମନା କରିଦେଇଛି।

ଗତବର୍ଷ ସେପ୍ଟେମ୍ବରରେ ବେୟାରଷ୍ଟୋଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେ ନିକଟରେ ଏଥିରୁ ମୁକ୍ତି ପାଇଛନ୍ତି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କିନ୍ତୁ ଅଲ୍‌ରାଉଣ୍ଡରେ ଲିଆନ ଲିଭିଂଷ୍ଟୋନ୍‌ଙ୍କୁ ଆଇପିଏଲ୍‌ରେ ଖେଳିବା ଲାଗି ଅନୁମତି ଦେଇଛି। ଆଣ୍ଠୁ ଓ ଗୋଇଠିରେ ଆଘାତପ୍ରାପ୍ତ ଥିବା ଏହି ଖେଳାଳି ମଧ୍ୟ ନିକଟରେ ଫିଟ୍‌ ହୋଇ ଫେରିଛନ୍ତି। ଆଇପିଏଲ୍‌ ନିଲାମି ବେଳେ ଲିଭିଂଷ୍ଟୋନ୍‌ ଓ ବେୟାରଷ୍ଟୋଙ୍କୁ ପଞ୍ଜାବ କିଙ୍ଗ୍ସ ଯଥାକ୍ରମେ ୧୧.୫୦ କୋଟି ଏବଂ ୬.୭୫ କୋଟି ଟଙ୍କା ଦେଇ କ୍ରୟ କରିଥିଲା।

Share