ଉପର ମୁଣ୍ଡରେ ବର୍ଷା: ବିପଦ ସଙ୍କେତ ଡେଇଁଲା ବୈତରଣୀ

ଭଦ୍ରକ ଅଫିସ,୨୩।୯: ଉପର ମୁଣ୍ଡରେ ବର୍ଷା ଯୋଗୁ ବଢ଼ୁଛି ବୈତରଣୀ ନଦୀର ଜଳସ୍ତର। ଭଦ୍ରକ ଜିଲା ଆଖୁଆପଦାଠାରେ ନଦୀଠାରେ ନଦୀ ବିପଦ ସଙ୍କେତ ୧୭.୬୩ ମିଟର ରହିଥିବା ବେଳେ ଅପରାହ୍ନ ୨ଟା ସୁଦ୍ଧା ୧୭.୮୫ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି ପାଇଲେ ପୁଣି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ପ୍ରଭାବିତ ହେବ ବୋଲି ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ପ୍ରଶାସନ ଦୃଷ୍ଟି ରଖିଛି ବୋଲି କୁହାଯାଉଛି।

Share