Categories: ଭଦ୍ରକ

ବିପଦସଙ୍କେତ ତଳେ ବୈତରଣୀ

ଭଦ୍ରକ ଅଫିସ, ୨୯ା୮ -ବୈତରଣୀରେ ବନ୍ୟା ଜଳ କମିବାରେ ଲାଗିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସକାଳ ୭ଟା ସୁଦ୍ଧା ୧୮.୧୩ ମିଟର, ୮ଟା ସୁଦ୍ଧା ୧୮.୦୯ ମିଟର, ୯ଟା ସୁଦ୍ଧା ୧୮.୦୫ ମିଟର, ୧୦ଟା ସୁଦ୍ଧା ୧୮.୦୦ ମିଟର ରହିଛି। ଅପରାହ୍ନ ୪ଟା ସୁଦ୍ଧା ବିପଦ ସଙ୍କେତଠାରୁ ତଳେ ଅର୍ଥାତ୍‌ ୧୭.୭୯ ମିଟର ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାପଡ଼ିଛି। ଏହି ରିଡିଂକୁ ଅନୁଧ୍ୟାନ କଲେ ବନ୍ୟାପାଣି ପ୍ରତି ଘଣ୍ଟାରେ କମୁଥିବା ଜଣାପଡ଼ିଛି।