ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌

ନୂଆଦିଲ୍ଲୀ,୨୦।୮: ବଜାଜ ଆଲିଆଞ୍ଜ ଲାଇଫ ଇନସ୍ୟୁରାନ୍ସ (ବଜାଜ ଆଲିଆଞ୍ଜ)ର ନୂତନ ଉତ୍ପାଦ ‘ବଜାଜ ଆଲିଆଞ୍ଜ ଲାଇଫ୍‌ ଇ ଟଚ୍‌’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ମିଆଦୀ ବୀମା ଆର୍ଥିକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶରେ ପରିଣତ ହୋଇଥିବାବେଳେ ତାହା ପଲିସିଧାରକ ଓ ସେମାନଙ୍କ ପରିବାରକୁ ଆର୍ଥିକ ସୁରକ୍ଷା ଓ ମାନସିକ ଶାନ୍ତି ପ୍ରଦାନ କରୁଛି। ସୁଲଭ ପ୍ରିମିୟମ୍‌ରେ ଉଲ୍ଲେଖନୀୟ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଥିବା ମିଆଦୀ ବୀମା ପଲିସିଧାରକଙ୍କ ଅସମୟ ମୃତ୍ୟୁରେ କଲ୍ୟାଣ ଓ ଆର୍ଥିକ ସ୍ଥିରତାକୁ ସୁନିଶ୍ଚିତ କରୁଛି। ଏକ ବ୍ୟାପକ ମିଆଦୀ ପ୍ଲାନ୍‌ର ଗୁରୁତ୍ୱକୁ ଦର୍ଶାଉଥିବା ଉପତ୍ାଦ ହେଉଛି ବଜାଜ ଆଲିଆଞ୍ଜ୍‌ ଲାଇଫ୍‌ ଇ ଟଚ୍‌। ଏହି ସ୍ବତନ୍ତ୍ର ଉପତ୍ାଦ ତିନିଟି ଭାରିଆଣ୍ଟରୁ ଚୟନ କରିବାର ନମନୀୟତା ପ୍ରଦାନ କରୁଛି, ଯାହା ପଲିସିଧାରକଙ୍କ ପରିବାରକୁ ଜୀବନ ଲକ୍ଷ୍ୟକୁ ସଠିକ୍‌ ପଥରେ ରଖିବାରେ ସହାୟକ ହେଉଛି। ବଜାରରେ ବଜାଜ ଆଲିଆଞ୍ଜ ଲାଇଫ୍‌ର ଇ ଟଚ୍‌ ଭଳି ଅଭିନବ ଉପତ୍ାଦ ରହିଛି, ଯାହା ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଥିବାବେଳେ ବ୍ୟାପକ ଜୀବନ ବୀମା ସୁରକ୍ଷା ପ୍ରଦାନ କରୁଛି। ଭାରତରେ ସ୍ବଳ୍ପ ବୀମା ଏକ ସମସ୍ୟା ହୋଇ ରହିଛି, ଯେଉଁଠାରେ ନିଜ ପ୍ରିୟଜନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଲାଗି ଅନେକ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ବୀମା ସୁରକ୍ଷା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏୟାରଟେଲ ୟୁଜର୍ସଙ୍କ ବଲ୍ଲେ ବଲ୍ଲେ, ଲଞ୍ଚ୍‌ ହେଲା ୩ଟି ଶସ୍ତା ପ୍ଲାନ୍‌, ମାସେ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୩।୯: ଏୟାରଟେଲ ଏହାର ପ୍ରିପେଡ ବ୍ୟବହାରକାରୀଙ୍କ ପାଇଁ ୩ ଟି ନୂଆ ଯୋଜନା ଆରମ୍ଭ କରିଛି । ସମସ୍ତ ତିନୋଟି ଯୋଜନା ହେଉଛି ଡାଟା ଭାଉଚର୍‌...

୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି...

ଆଇଏସ୍‌ବି ପକ୍ଷରୁ ପିଜିପି ୱାଇଏଲ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଅଗ୍ରଣୀ ମ୍ୟାନେଜମେଣ୍ଟ କଲେଜ ଇଣ୍ଡିଆନ ସ୍କୁଲ ଅଫ୍‌ ବିଜ୍‌ନେସ୍‌ ବା ଆଇଏସ୍‌ବିର ନୂତନ ପାଠ୍ୟକ୍ରମ ‘ପିଜିପି ୱାଇଏଲ୍‌’ର ଶୁଭାରମ୍ଭ...

୭% ହାରରେ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ଆଶା

ଭୁବନେଶ୍ୱର,୨୩।୯ (ଅନୁରାଧା ମହାରଣା): ଭାରତର ଅର୍ଥନୀତି ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ୮.୨ ପ୍ରତିଶତ ହାରରେ...

ପ୍ରଯୁକ୍ତି ସହାୟତାରେ ସଶକ୍ତୀକରଣ

ଭୁବନେଶ୍ୱର,୨୩।୯: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ମସାଇ ସ୍କୁଲ ସମଗ୍ର ଭାରତ ବର୍ଷରେ ଏକ ନୂଆ ସମ୍ଭାବନା ସୃଷ୍ଟି କରିଛି। ଏପରିକି ଖୁବ୍‌ କମ୍‌ ଦିନ ମଧ୍ୟରେ...

ବୃହତ୍‌ ସଞ୍ଚୟ ଉପରେ ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ,୨୨।୯: ଇ କର୍ମସ ବଜାରରେ ସବୁଠାରୁ ବଡ଼ ପର୍ବ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ ଫେଷ୍ଟିଭାଲ-୨୦୨୪ ସମ୍ପର୍କରେ ଘୋଷଣା କରାଯାଇଛି। ୨୦୨୪ ସେପ୍ଟେମ୍ବର ୨୭ରୁ ଏହି ମହାପର୍ବ...

ଅକ୍ଟୋବର ୨ରୁ ବୁଣାକାରଙ୍କ ମଜୁରି ବୃଦ୍ଧି

ନୂଆଦିଲ୍ଲୀ,୨୨।୯: ଭାରତ ସରକାରଙ୍କ ସୂକ୍ଷ୍ମ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦି ଏବଂ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଚଳିତ...

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri