ଭୁବନେଶ୍ୱର,୧୫ା୪: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବଜାଜ ଫିନ୍ସର୍ଭର ଅଗ୍ରଣୀ କମ୍ପାନୀ ବଜାଜ ଫାଇନାନ୍ସ ଲିମିଟେଡ୍ ପକ୍ଷରୁ ତା’ର ସମସ୍ତ ଅବଧିର ଫିକ୍ସଡ୍ ଡିପୋଜିଟ୍ (ଏଫ୍ଡି) ଉପରେ ସୁଧ ହାର ବୃଦ୍ଧି କରାଯାଇଛି, ଯାହା ୨୦୨୪ ଏପ୍ରିଲ୍ ୩ରୁ ଲାଗୁ ହୋଇଛି। ଏପରିକି ବରିଷ୍ଠ ନାଗରିକଙ୍କ ୨୫ରୁ ୩୫ ମାସିଆ ଏଫ୍ଡି ଉପରେ ସୁଧକୁ ୦.୬୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ବେଳେ ୧୮ରୁ ୨୪ ମାସିଆ ଅବଧିର ଏଫ୍ଡି ସୁଧ ହାରରେ ୦.୪୦% ବୃଦ୍ଧି କରାଯାଇଛି।
ସେହିଭଳି ସୁଧ ହାରରେ ବୃଦ୍ଧି କରାଯାଇଥିବାରୁ ବର୍ତ୍ତମାନ ସଞ୍ଚୟକାରୀମାନେ ଅଧିକ ସଞ୍ଚୟ କରିପାରିବେ ଏବଂ ଉତ୍ତମ ରିଟର୍ନ ମଧ୍ୟ ପାଇପାରିବେ। ବିଶେଷ କରି ଡିଜିଟାଲ୍ ମାଧ୍ୟମରେ ବୁକିଂ କରି ୪୨ମାସିଆ ଅବଧି ଉପରେ ବରିଷ୍ଠ ନାଗରିକମାନେ ୮.୮୫% ପର୍ଯ୍ୟନ୍ତ ଏବଂ ଅନ୍ୟମାନେ ୮.୬୦% ପର୍ଯ୍ୟନ୍ତ ସୁଧ ପାଇପାରିବେ।