Categories: ବାଣିଜ୍ୟ

ଟାଟା ମୋଟର୍ସ ଗ୍ରୁପ୍‌ ସହ ବଜାଜ୍‌ ଫାଇନାନ୍ସର ବୁଝାମଣା

ଭୁବନେଶ୍ୱର,୨୨।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ମୋଟର୍ସର ସବ୍‌ସିଡିଆରି କମ୍ପାନୀ ଟାଟା ମୋଟର୍ସ ପାସେଞ୍ଜର ଭେହିକଲ୍ସ (ଟିଏମ୍‌ପିଭି) ଏବଂ ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍‌ ମୋବିଲିଟି (ଟିପିଇଏମ୍‌୍‌) ସହ ବଜାଜ୍‌ ଫାଇନାନ୍ସର ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ବିଶେଷ କରି କମ୍ପାନୀର ଡିଲରମାନଙ୍କ ପାଇଁ ବିକଳ୍ପ ଏବଂ ଆର୍ଥିକ ସହଜତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ବୁଝାମଣା ହୋଇଥିବା ଟାଟା ମୋଟର୍ସ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସେହିଭଳି କମ୍ପାନୀର ଯାତ୍ରୀ ଏବଂ ବୈଦ୍ୟୁତିକ ଯାନ ଡିଲରମାନଙ୍କୁ ଆବଶ୍ୟକ ଯୋଗାଣ ଶୃଙ୍ଖଳା ଅର୍ଥ ସମାଧାନ ବିସ୍ତାର କରିବାକୁ ଏହି ବୁଝାମଣା ହୋଇଛି। ଏପରିକି ଆର୍ଥିକ ସେବା ଗୋଷ୍ଠୀ ମାଧ୍ୟମରେ ଏହି ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ସହ ଅଂଶଗ୍ରହଣକାରୀ କମ୍ପାନୀଗୁଡ଼ିକ ବଜାଜ୍‌ ଫାଇନାନ୍ସର ଲେଭରେଜ ପାଇଁ ଏକାଠି ହେବା ସହ ସର୍ବନିମ୍ନ ବନ୍ଧକ ସହିତ ଟିଏମ୍‌ପିଭି ଏବଂ ଟିପିଇଏମ୍‌ର ଡିଲରମାନଙ୍କୁ ସହାୟତା ପାଣ୍ଠି ଯୋଗାଇବାରେ ବ୍ୟାପକ ପ୍ରସାରଓ ସହାୟକ ଯୋଗାଇଦେବ।
ଏହି ପରିପ୍ରେକ୍ଷୀରେ ଟିପିଇଏମ୍‌ର ସିଏଫ୍‌ଓ ଏବଂ ଟିଏମ୍‌ପିଭିର ନିର୍ଦ୍ଦେଶକ ଧିମାନ ଗୁପ୍ତା ଏବଂ ବଜାଜ୍‌ ଫାଇନାନ୍ସର ସିବିଓ ସିଦ୍ଧାର୍ଥ ଭଟ୍ଟଙ୍କ ଦ୍ୱାରା ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।
ଏ ସମ୍ପର୍କରେ ଟିପିଇଏମ୍‌ର ସିଏଫ୍‌ଓ ଏବଂ ଟିଏମ୍‌ପିଭିର ନିର୍ଦ୍ଦେଶକ ଧିମାନ ଗୁପ୍ତା କହିଛନ୍ତି, ବ୍ରାଣ୍ଡ୍‌ର ଡିଲର ଅଂଶୀଦାରମାନେ ଆମର ବ୍ୟବସାୟ ପାଇଁ ଅବିଚ୍ଛେଦ୍ୟ ହୋଇଥିବାବେଳେ ଆମେ ମଧ୍ୟ ବ୍ୟବସାୟ କରିବାରେ ସେମାନଙ୍କୁ ସାହାଯ୍ୟ କରିବାକୁ ଆବଶ୍ୟକ ସମାଧାନ ଦିଗରେ ସକ୍ରିୟ ଭାବେ କାର୍ଯ୍ୟ କରି ଖୁସି ଅଛୁ। ସେହିଭଳି ବଜାଜ୍‌ ଫାଇନାନ୍ସ ଲିମିଟେଡ୍‌ର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଅନୁପ ସାହା କହିଛନ୍ତି, ବଜାଜ୍‌ ଫାଇନାନ୍ସରେ ସଶକ୍ତୀକରଣ ପାଇଁ ଆର୍ଥିକ ସହାୟତା ସହ ଇଣ୍ଡିଆ ଷ୍ଟାକ୍‌ ବ୍ୟବହାର କରି ଆମେ ସର୍ବଦା ଶ୍ରେଷ୍ଠ-ଶ୍ରେଣୀ ପ୍ରକ୍ରିୟା ପ୍ରଦାନ କରିବାକୁ ଚେଷ୍ଟା କରିଛୁ।

Share