Categories: ବାଣିଜ୍ୟ

ଅଟୋ ଯାତ୍ରା ସୁରକ୍ଷିତ କରିବା ଲାଗି ବଜାଜ-ଉବର ଚୁକ୍ତି

ନୂଆଦିଲ୍ଲୀ,୨୯।୭: କରୋନା ସମୟରେ ଅଟୋ, ବସ୍‌, କ୍ୟାବ୍‌ କିମ୍ବା ଟାକ୍ସି ଭଳି ପରିବହନ ବ୍ୟବସ୍ଥାରେ ଯିବା ଆସିବା କରିବା ଲାଗି ଲୋକମାନେ ଭୟ କରୁଛନ୍ତି। ଏଭଳି ସ୍ଥିତିରେ ଅଟୋ ରିକ୍ସାରେ ଯାତ୍ରାକୁ ସୁରକ୍ଷିତ କରିବା ଲାଗି ବଜାଜ୍‌ ଏବଂ ଉବର ମଧ୍ୟରେ ଚୁକ୍ତି ହୋଇଛି। ୧ ଲକ୍ଷ ଅଟୋ ରିକ୍ସାରେ ସୁରକ୍ଷା ପାର୍ଟିସନ ଇନ୍‌ଷ୍ଟାଲ କରିବା ଦିଗରେ ଏହା ସହାୟକ ହେବ। ଦେଶର ୨୦ ଶହରର ଅଟୋ ରିକ୍ସା ଚାଳକଙ୍କୁ ଏହା ଦ୍ୱାରା ସୁରକ୍ଷା କିଟ୍‌ ପ୍ରଦାନ କରାଯାଉଛି। ସୁରକ୍ଷା କିଟ୍‌ରେ ଫେସ୍‌ ମାସ୍କ, ହ୍ୟାଣ୍ଡ ସାନିଟାଇଜର ଏବଂ ସୁରକ୍ଷା ସାମଗ୍ରୀ ରହିଛି। ନୂଆଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ପୁଣେ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ମହୀଶୂର, ମଦୁରାଇ ଭଳି ସହର ଏଥିରେ ସାମିଲ ରହିଛି। ଗ୍ରାହକଙ୍କୁ ଏକ ସୁରକ୍ଷିତ ଯାତ୍ରା ପ୍ରଦାନ କରିବା ଲାଗି ଡ୍ରାଇଭର ପାର୍ଟନରଙ୍କ ସହ ମିଳିତ ହୋଇ କାର୍ଯ୍ୟ କରୁଥିବା ବଜାଜ ଅଟୋର ଇଣ୍ଟ୍ରା ସିଟି ବିଜ୍‌ନେସ ଅଧ୍ୟକ୍ଷ ସମରଦୀପ ସୁବନ୍ଧ ସୂଚନା ଦେଇଛନ୍ତି।

Share