Categories: ବାଣିଜ୍ୟ

ଓସିଏସ୍‌ ଫଳାଫଳରେ ବାଜିରାଓର ବାଜିମାତ୍‌

ଭୁବନେଶ୍ୱର,୨।୮: ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ବାଜିରାଓ ଆଇଏଏସ୍‌ ଏକାଡେମୀ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ୍‌) ପରୀକ୍ଷା ଫଳାଫଳରେ ବାଜିମାତ୍‌ କରିଛି। ଏକାଡେମୀର ୧୨୦ରୁ ଅଧିକ ଛାତ୍ରୀଛାତ୍ର ଓସିଏସ୍‌ ଫଳାଫଳରେ କୃତକାର୍ଯ୍ୟ ହୋଇଛନ୍ତି। ବିଶେଷକରି ଏକାଡେମୀର ଛାତ୍ରୀ ବୈଶାଖୀ ଲେଙ୍କା, ମଧୁସ୍ମିତା ସାମଲ, ସ୍ବାଗତିକା ମହାନ୍ତି, ସୌମ୍ୟ ଶୁଭମ ପାଣି, ବିନ୍ଦୁବଳୟ ରାଉତରାୟ ଏବଂ ପ୍ରତୀକ କର ଶ୍ରେଷ୍ଠ ୨୦ତମ ସ୍ଥାନରେ ରହିଛନ୍ତି। ଏ ସମ୍ପର୍କରେ ବାଜିରାଓ ଆଇଏଏସ୍‌ ଏକାଡେମୀର ନିର୍ଦ୍ଦେଶକ ଦିଲୀପ କୁମାର କହିଛନ୍ତି, ଏକାଡେମୀରେ ଉଭୟ ଭାରତୀୟ ଓ ଓଡ଼ିଶା ପ୍ରଶାସନିକ ସେବା ପାଇଁ ଛାତ୍ରୀଛାତ୍ରମାନେ କୋଚିଂ ନେଉଛନ୍ତି। ଏପରିକି ଓସିଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ସଫଳ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନର ସଫଳତା ପାଇଁ ଶୁଭକାମନା କରୁଛି। ଉଲ୍ଲେଖଯୋଗ୍ୟ,ଏକାଡେମୀରେ ଉଭୟ ଭାରତୀୟ ଓ ଓଡ଼ିଶା ପ୍ରଶାସନିକ ସେବା ପାଇଁ ଛାତ୍ରୀଛାତ୍ରମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ଉପଯୁକ୍ତ ମାର୍ଗଦର୍ଶନ ଅଭିଜ୍ଞ ଶିକ୍ଷାବିତ୍‌ମାନଙ୍କ ଦ୍ୱାରା କରାଯାଉଛି। ସେହିଭଳି ଓସିଏସ୍‌ରେ ସଫଳତା ହାସଲ କରିଥିବା ସମସ୍ତ କୃତୀ ଛାତ୍ରୀଛାତ୍ର ଏକାଡେମୀର ସହଯୋଗ ଓ ଶିକ୍ଷାଦାନକୁ ଭୂୟସୀ ପ୍ରଶାଂସ କରିବା ସହ ଧନ୍ୟବାଦ ଜଣାଇଛନ୍ତି।

Share