Categories: ବାଣିଜ୍ୟ

ନିଟ୍‌ ପରୀକ୍ଷାରେ ଜିନ୍ଦେଗୀ ଫାଉଣ୍ଡେଶନର ବାଜିମାତ୍‌

ଭୁବନେଶ୍ୱର,୮।୬: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜିନ୍ଦେଗୀ ଫାଉଣ୍ଡେଶନର ଛାତ୍ରୀଛାତ୍ରମାନେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍‌(ୟୁଜି) ୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ୍‌ କରିଛନ୍ତି। ଏପରିକି ୨୦୨୪ରେ ଫାଉଣ୍ଡେଶନର ୨୦ ଜଣ ଛାତ୍ର ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେଶନ ପକ୍ଷରୁ ଶୁକ୍ରବାର ଭୁବନେଶ୍ୱରର ରୋଟାରି ଭବନ ୟୁନିଟ୍‌ ୯ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ସମ୍ପର୍କରେ ଜିନ୍ଦେଗୀ ଫାଉଣ୍ଡେଶନର ସଭାପତି ଅଜୟ ବାହାଦୁର ସିଂହ କହିଛନ୍ତି, ଚଳିତ ବର୍ଷ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ୨୦ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଜଣାଉଛି।
ଉଲ୍ଲେଖଯୋଗ୍ୟ, ୨୦୧୭ରୁ ଆରମ୍ଭ ହୋଇଥିବା ଏହି ଫାଉଣ୍ଡେଶନ ବର୍ତ୍ତମାନ ସୁଦ୍ଧା ୧୨୩ ଜଣ ମେଧାବୀ ଛାତ୍ରଙ୍କୁ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ କରାଇଛନ୍ତି।

Share