ଟିଏସ୍‌ଜି ସହ ବାଜିରାଓ ଆଇଏଏସ୍‌ ଏକାଡେମୀ, ଫିଜିକ୍ସ ଓ୍ବାଲାର ଚୁକ୍ତି

ଭୁବନେଶ୍ୱର,୨୮।୧(ଅନୁରାଧା ମହାରଣା): ଭୁବନେଶ୍ୱର ଆବାସିକ ଶିକ୍ଷାନୁଷ୍ଠାନ ଟାଇମସ୍‌ ସ୍କଲାର୍ସ ଗୁରୁକୁଳ (ଟିଏସ୍‌ଜି) ସହ ଦୁଇଟି ଜାତୀୟ ସ୍ତରର କୋଚିଂ ସଂସ୍ଥାର ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି। ଆଇଏଏସ୍‌ ଓ ଓଏଏସ୍‌ ଆଶାୟୀମାନଙ୍କୁ ସୁଲଭ ମୂଲ୍ୟରେ କୋଚିଂ ସୁବିଧା ଯୋଗାଇଦେବା ପାଇଁ ‘ବାଜିରାଓ ଆଇଏଏସ୍‌ ଏକାଡେମୀ’ ସହ ଚୁକ୍ତି କରାଯାଇଛି। ସେହିପରି ନିଟ୍‌ ଏବଂ ଜେଇଇରେ ଭଲ ପ୍ରଦର୍ଶନ ପାଇଁ ‘ଫିଜିକ୍ସ ଓ୍ବାଲା’ ସହ ଏହି ଚୁକ୍ତି କରାଯାଇଛି। ଶନିବାର ଟିଏସ୍‌ଜି ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ‘ବାଜିରାଓ ଆଇଏଏସ୍‌ ଏକାଡେମୀ’ର ସିଇଓ ଶୁଭ୍ରାଂଶୁ ଶେଖର ଓଝା, ‘ଫିଜିକ୍ସ ଓ୍ବାଲା’ର ସେଣ୍ଟର ହେଡ୍‌ ସୁଜା ଅହମଦ୍‌, ଟିଏସ୍‌ଜିର ପ୍ରିନ୍ସିପାଲ ରଞ୍ଜିତା ମହାପାତ୍ର ଏବଂ ଭାଇସ୍‌ ଚେୟାରମ୍ୟାନ୍‌ ସ୍ମୃତି ସାରିକାଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷରିତ ହୋଇଛି।

ଗୁରୁକୁଳର ଚେୟାରମ୍ୟାନ ଡ. ଶାରଦା ପ୍ରସାଦ ମିଶ୍ରଙ୍କ ସ୍ବପ୍ନର ଅନୁଷ୍ଠାନରୁ କିପରି ଛାତ୍ରୀଛାତ୍ରମାନେ ନୈତିକ ଶିକ୍ଷା ଲାଭ କରିବା ସହ ନିଜର ସ୍ବପ୍ନ ପୂରଣ ପାଇଁ ବିଦ୍ୟାଳୟରୁ ହିଁ ପ୍ରସ୍ତୁତ ହୋଇ ବାହାରିବେ ସେହି ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିବା ସ୍ମୃତି ସାରିକା କହିଛନ୍ତି। ପିଲାମାନେ ପ୍ରଥମେ କେଉଁ କ୍ଷେତ୍ରରେ ଭବିଷ୍ୟତ ଗଢ଼ିବାକୁ ଆଶାୟୀ ଅଛନ୍ତି ସେଦିଗରେ କାଉନସେଲିଂ କରାଯିବା ପରେ ପିଲାମାନଙ୍କୁ କୋଚିଂ ସୁବିଧା ଯୋଗାଇଦିଆଯିବା ଆବଶ୍ୟକ। ନିଜ ବିଦ୍ୟାଳୟରେ ଏହି ସୁବିଧା ଉପଲବ୍ଧ ହେଲେ ପିଲାମାନେ ନିଶ୍ଚୟ ଭଲ ପ୍ରଦର୍ଶନ କରିବେ ବୋଲି ‘ବାଜିରାଓ ଆଇଏଏସ୍‌ ଏକାଡେମୀ ଓ ‘ଫିଜିକ୍ସ ଓ୍ବାଲା’ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ୩ ଅନୁଷ୍ଠାନ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ଗ୍ରହଣ କରୁଥିବା ପଦକ୍ଷେପ ସମ୍ପର୍କରେ ପ୍ରିନ୍ସିପାଲ ମହାପାତ୍ର ସୂଚନା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri