Categories: ଜାତୀୟ

ଆଗୁଆ ଲୋକ ସଭା ନିର୍ବାଚନ କରାଇପାରେ ଭାଜପା: ନୀତୀଶ

ପାଟନା, ୧୭।୬: ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଭାଜପା ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ଉଦ୍ୟମ ଚଳାଇଛନ୍ତି। ଏଥିରେ ଭୟଭୀତ ଶାସକ ଦଳ ଆଗୁଆ ନିର୍ବାଚନ କରାଇପାରନ୍ତି ବୋଲି ନୀତୀଶ ଶୁକ୍ରବାର ପୂର୍ବାନୁମାନ କରିଛନ୍ତି। ଆଗୁଆ ନିର୍ବାଚନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ବିରୋଧୀ ଏକତା ଉଦ୍ୟମ ସଫଳ ହେଲେ ଏହା ଭାଜପାକୁ ବଡ଼ କ୍ଷତି ପହଞ୍ଚାଇବ। ସେଥିପାଇଁ ସେମାନେ ଆଗୁଆ ନିର୍ବାଚନ କରାଇପାରନ୍ତି ବୋଲି ୨୩ ତାରିଖ ବିରୋଧୀ ବୈଠକ ପୂର୍ବରୁ ନୀତୀଶ କହିଛନ୍ତି। ଜେଡିୟୁ ବିଧାୟକ ରତ୍ନେଶ ସାଦା ବିହାର କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଜିତନରାମ ମାନ୍‌ଝିଙ୍କ ପୁଅ ସନ୍ତୋଷ ସୁମନଙ୍କ ଇସ୍ତଫା ପରେ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦବୀ ଖାଲି ପଡ଼ିଥିଲା। ସନ୍ତୋଷଙ୍କ ହାତରେ ଥିବା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ରତ୍ନେଶଙ୍କୁ ଦିଆଯାଇଛି।

 

 

Share