Categories: ଜାତୀୟ

ସୁପର ରାଜନୀତି କରୁଛି ଭାଜପା: ଉଦିତ ରାଜ

ନୂଆଦିଲ୍ଲୀ,୧।୧: ରାମ ମନ୍ଦିରର ଉଦଘାଟନ ସମାରୋହକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପୂର୍ବତନ ଏମ୍‌ପି ତଥା କଂଗ୍ରେସ ଦଳର ନେତା ଉଦିତ ରାଜ ଏକ ଟୁଇଟ୍‌ରେ କହିଛନ୍ତି, ମନୁବାଦ ୫୦୦ ବର୍ଷ ପରେ ପ୍ରତ୍ୟାବର୍ତ୍ତନ କରୁଛି।
ମନ୍ଦିର ପରିଚାଳନା କମିଟି ଆଡକୁ ଇଶାରା କରି ଉଦିତ ରାଜ କହିଛନ୍ତି, ନିମନ୍ତ୍ରଣ ଦେଉଥିବା ବ୍ୟକ୍ତି କିଏନ? ଭଗବାନ ତାଙ୍କର କେବଳ ବନ୍ଧୁ କି? ଯେତେବେଳେ ହେବ ସେବେ ଯାଇ ସେଠାରେ ଯାଇ ପୂଜା କରିବୁ।
ଭାରତୀୟ ଜନତା ପାର୍ଟି ଉପରେ ଆକ୍ରମଣ କରି ଉଦିତ ରାଜ କହିଛନ୍ତି, ଏଥଫରୁ ଜଣାପଡୁଛି କେବଳ ଭାଜପା ଏବଂ ଭିଏଚପି ରାମଙ୍କୁ ବିଶ୍ୱାସ କରନ୍ତି,ରାମଙ୍କୁ ଆଉ କେହି ବିଶ୍ୱାସ କରନ୍ତି ନାହିଁ। ବର୍ଷ ବର୍ଷ ଧରି ରାମଙ୍କୁ ପୂଜା କରାଯାଇଆସୁଛି। ଭାରତୀୟ ଜନତା ପାର୍ଟିର ଲୋକମାନେ ରାମଙ୍କ ନାମରେ ସୁପର ରାଜନୀତି କରୁଛନ୍ତି।

Share