ନୂଆଦିଲ୍ଲୀ, ୧୫।୯ : ଦିଲ୍ଲୀର ଭାଜପା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଅଟୋ ଦଳ ସହିତ ପହଞ୍ଚିଛନ୍ତି। ଭାଜପା ବିଧାୟକ ରାମବୀର ସିଂ ବିଧୁଡି କହିଛନ୍ତି, ଯେତେବେଳେ କେଜରିଓ୍ବାଲ ଗୁଜରାଟକୁ ଯାଆନ୍ତି, ସେତେବେଳେ ପଞ୍ଜାବ ସରକାରଙ୍କ ବିମାନରେ ଯାଆନ୍ତି। ଯାହାର ଭଡ଼ା ୫୦ ଲକ୍ଷ ଟଙ୍କା। ଯେତେବେଳେ ଲୋକଙ୍କ ପାଖକୁ ଯାଆନ୍ତି ସେତେବେଳେ ଅଟୋ ରିକ୍ସାରେ ଯାଆନ୍ତି। ଗୁଜରାଟ ପୋଲିସ କହିଛି ଯେ ସୁରକ୍ଷା ପାଇଁ, କେଜରିଓ୍ବାଲ ସେମାନଙ୍କୁ ଅପମାନିତ କରନ୍ତି ଏବଂ କୁହନ୍ତି, ତୁମେ ତୁମର ସୁରକ୍ଷା ନିଅ, ଆମର ଏହା ଦରକାର ନାହିଁ ।
ବିଧାୟକ ରାମବୀର କହିଛନ୍ତି ଯେ ଗୁଜୁରାଟରେ କେଜରିଓ୍ବାଲ ଅଟୋ ଯୋଗେ ଯାତ୍ରା କରନ୍ତି, କିନ୍ତୁ ଯେତେବେଳେ ସେ ଦିଲ୍ଲୀରେ ଥାନ୍ତି, ବିଧାନସଭାକୁ ଯିବାବେଳେ ୨୭ ଟି ଗାଡିର ଏକ ଦଳ ତାଙ୍କ ସାଙ୍ଗରେ ଯାଆନ୍ତି। ଦୁଇ ଶହ ଯବାନ ତାଙ୍କ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେମାନଙ୍କ ମଧ୍ୟରେ ୭୦ ସୁରକ୍ଷା କର୍ମଚାରୀମାନେ ଦିଲ୍ଲୀ ପୋଲିସର ଏବଂ ୧୫୦ ସୁରକ୍ଷା କର୍ମୀଙ୍କୁ ପଞ୍ଜାବରୁ ନିଆଯାଇଛି।
ସେ କହିଛନ୍ତି ଯେ ଯଦି ଅରବିନ୍ଦ କେଜ୍ରିୱାଲ ଅଟୋକୁ ବହୁତ ଭଲ ପାଆନ୍ତି, ତେବେ ଆମର ସମସ୍ତ ବିଧାୟକ ତାଙ୍କୁ ଅଟୋ ରିକ୍ସା ଉପହାର ଦେବାକୁ ଆସିଛନ୍ତି, ସେ ଘରୁ ବାହାରକୁ ଆସିବା ଉଚିତ।
ଭାଜପା ବିଧାୟକମାନେ କହିଛନ୍ତି ଯେ ସେମାନେ ପାଞ୍ଚଟି ଅଟୋ ଆଣିଛନ୍ତି ଯେଉଁଥିରେ ଗୋଟିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପାଇଁ, ଦୁଇଟି ଅଟୋ ସେମାନଙ୍କୁ ଏସକର୍ଟ କରିବ, ଗୋଟିଏ ଅଟୋ ପାଇଲଟଙ୍କ ପାଇଁ ଏବଂ ଜଣେ ବ୍ୟକ୍ତିଗତ ସଚିବଙ୍କ ପାଇଁ, ଆମେ ଏହି ପାଞ୍ଚଟି ମୁଖ୍ୟମନ୍ତ୍ରୀଙ୍କୁ ଦେବୁ।
ନିକଟରେ ତାଙ୍କ ଗୁଜରାଟ ଗସ୍ତରେ ଅରବିନ୍ଦ କେଜରିୱାଲ ଏକ ଅଟୋରେ ଯାଉଥିବାବେଳେ ଗୁଜରାଟ ପୋଲିସ ତାଙ୍କୁ ଅଟକାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗୁଜରାଟ ପୋଲିସ ତାଙ୍କୁ ତାଙ୍କୁ କାରରେ ଯିବାକୁ କହିଥିଲେ। ଏହା ପରେ କେଜ୍ରିୱାଲ ଗୁଜରାଟ ପୋଲିସ କର୍ମଚାରୀଙ୍କ ଉପରେ ରାଗିଯାଇ ସେମାନଙ୍କ କଥା ମାନି ନଥିଲେ। ପରେ ସେ ଅଟୋ ଡ୍ରାଇଭରଙ୍କ ଘରେ ପହଞ୍ଚିବା ପରେ ତାଙ୍କ ସହ ମିଶି ଖାଦ୍ୟ ଖାଇଥିଲେ।