Posted inଜାତୀୟ

ଭାଜପାର ତୃତୀୟ ବିଜୟ: ସାଇନି ରହିବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ/ଚଣ୍ଡୀଗଡ଼,୯/୧୦:ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବା ସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି ପୁନର୍ବାର ଏହି ପଦରେ ରହିବେ ବୋଲି ଭାଜପା ନେତାମାନେ କହିଛନ୍ତି। ନିର୍ବାଚନର ମାତ୍ର କେଇମାସ ପୂର୍ବରୁ ଭାଜପା ବରିଷ୍ଠ ନେତା ମନୋହରଲାଲ୍‌ ଖଟ୍ଟାରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଓବିସି ନେତା ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ଦଳର ଏଭଳି ନିଷ୍ପତ୍ତି ଅନେକଙ୍କୁ ବିସ୍ମିତ କରିଥିଲା। ଲୋକ ସଭା ନିର୍ବାଚନରେ ଭାଜପାର ପ୍ରଦର୍ଶନ ଭଲ ହୋଇ ନ ଥିବାବେଳେ ସାଇନିଙ୍କ ନେତୃତ୍ୱରେ ଦଳ ବିଧାନସଭା ନିର୍ବାଚନରେ ଐତିହାସିକ ସଫଳତା ହାସଲ କରିବା ସହ ସମସ୍ତ ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଭୁଲ୍‌ ପ୍ରମାଣିତ କରିଛି।
ମନୋହରଲାଲ୍‌ ଖଟ୍ଟାର ସରକାରଙ୍କ ୯ ବର୍ଷ ୬ ମାସର ଶାସନ କାଳରେ ଚାଷୀ ସମସ୍ୟା, ବେରୋଜଗାରି, ଅଗ୍ନିପଥ ଯୋଜନା, ଦରଦାମ୍‌ ବୃଦ୍ଧି ଏବଂ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ରାଜ୍ୟରେ ସରକାର ବିରୋଧୀ ହାଓ୍ବା ସୃଷ୍ଟି ହୋଇଥିବାବେଳେ ଗତ ମାର୍ଚ୍ଚରେ ଭାଜପା ନେତୃତ୍ୱ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇଦେଇ ଦଳର ରାଜ୍ୟ ସଭାପତି ସାଇନିଙ୍କୁ ଉକ୍ତ ପଦରେ ଅବସ୍ଥାପିତ କରିଥିଲା। ଏହା ପରେ ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ଏବଂ ଆଗକୁ ବିଧାନସଭା ନିର୍ବାଚନ ମଧ୍ୟରେ ସାଇନି ଜନସାଧାରଣଙ୍କ ଧାରଣା ବଦଳାଇବା ପାଇଁ ମାତ୍ର ୨ ମାସ ସମୟ ପାଇଥିଲେ। ଏହି ସମୟ ମଧ୍ୟରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ସେଥିରୁ ପ୍ରମୁଖ ନିଷ୍ପତ୍ତି ଥିଲା ହରିୟାଣା ଅଗ୍ନିବୀର ନୀତି, ଯାହା ଅଗ୍ନିବୀରମାନଙ୍କୁ ସେନାରେ ଚାକିରି କାଳ ଶେଷ ହେବା ପରେ ନିଯୁକ୍ତି ଏବଂ ଉଦ୍ୟୋଗ ସ୍ଥାପନ ଲାଗି ସୁଯୋଗର ପ୍ରତିଶ୍ରୁତି ଦେଇଥିଲା। ଅଧିକ ୧୦ଟି ଫସଲକୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ କିଣିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ହରିୟାଣା ଏକମାତ୍ର ରାଜ୍ୟ, ଯେଉଁଠି ସର୍ବାଧିକ ୨୪ଟି ଫସଲକୁ ଏମ୍‌ଏସ୍‌ପିରେ କିଣାଯାଉଛି। ଏହା ବ୍ୟତୀତ ଭାଜପା ୫୦୦ ଟଙ୍କାରେ ରନ୍ଧନ ଗ୍ୟାସ୍‌ ପ୍ରତିଶ୍ରୁତି ଦେଇଥିଲା। ନିର୍ବାଚନ ଇସ୍ତାହାରରେ ଭାଜପା ମହିଳାଙ୍କୁ ମାସିକ ୨,୧୦୦ ଟଙ୍କା ସହାୟତା, ୨ ଲକ୍ଷ ଯୁବତୀଯୁବକଙ୍କୁ ସରକାରୀ ନିଯୁକ୍ତି ଏବଂ ଅଗ୍ନିବୀରମାନଙ୍କୁ ନିଶ୍ଚିତ ସରକାରୀ ଚାକିରିର ପ୍ରତିଶ୍ରୁତି ଦିଆଯାଇଥିଲା। ସରକାରଙ୍କ ଉପରୋକ୍ତ ନିଷ୍ପତ୍ତି ଓ ପ୍ରତିଶ୍ରୁତି ଲୋକଙ୍କ ମନୋଭାବ ବଦଳାଇବାରେ ସହାୟକ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ତାରିଖକୁ ନେଇ ଆସିଲା ବଡ ଅପଡେଟ

ନୂଆଦିଲ୍ଲୀ,୧୦।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନ ଶେଷ ହେବା ପରେ ନିର୍ବାଚନ ଆୟୋଗର ଧ୍ୟାନ ବର୍ତ୍ତମାନ ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଉପରେ...

ଭାରତକୁ କରିବାକୁ ଚାହୁଁଥିଲା ଇସଲାମିକ ରାଷ୍ଟ୍ର, ‘ହିଜବ-ଉତ-ତାହିର’ଉପରେ ପ୍ରତିବନ୍ଧକ ଲଗାଇଲେ ମୋଦି ସରକାର

ନୂଆଦିଲ୍ଲୀ,୧୦।୧୦: ୧୯୫୩ରେ ଜେରୁଜେଲମରେ ପ୍ରତିଷ୍ଠିତ ବିଶ୍ୱର ଇସଲାମିକ ଗୋଷ୍ଠୀ ହିଜବ-ଉତ-ତାହିର (ଏଚୟୁଟି) ଗୁରୁବାର ସରକାରଙ୍କ ଦ୍ୱାରା ନିଷିଦ୍ଧ ସଂଗଠନ ଭାବରେ ଘୋଷଣା କରାଯାଇଥିଲା। କାରଣ ଏହାର...

ଭାଙ୍ଗିଗଲା ଭୁପେନ୍ଦ୍ର ହୁଡାଙ୍କ ସ୍ବପ୍ନ, ପୁଅକୁ କରିପାରିଲେନି…

ଚଣ୍ଡିଗଡ଼,୧୦।୧୦: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା ଏଥର କେବଳ କ୍ଷମତା ହରାଇବାରେ ଦୁଃଖିତ ନୁହଁନ୍ତି, ବରଂ ତାଙ୍କ ଏମପି ପୁତ୍ର ଦୀପେନ୍ଦ୍ର ସିଂ...

ଆସିଲା ହରିୟାଣାର ଶପଥ ଗ୍ରହଣ ସମାରୋହର ତାରିଖ, ୫ ଦିନ ବନ୍ଦ ରହିବ ଦୋକାନ

ଚଣ୍ଡିଗଡ଼,୧୦।୧୦: ଅକ୍ଟୋବର ୧୫ରେ ପଞ୍ଚକୁଲାରେ ହରିୟାଣାର ନୂତନ ସରକାର ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।...

ଭାରତର ଶତ୍ରୁ ଏବେ ଚାଲିଲାଣି ‘ଲାଠି’ର ସାହାରାରେ!

ନୂଆଦିଲ୍ଲୀ,୧୦।୧୦: ଯଦି ଆମେ ଭାରତର ଶତ୍ରୁମାନଙ୍କ ବିଷୟରେ କହିବା, ତେବେ ଚାଇନା ଏବଂ ପାକିସ୍ତାନର ନାମ ସମସ୍ତଙ୍କ ମନକୁ ଆସିବ। ହେଲେ ଏବେ ସମୟ ବଦଳିଲାଣି।...

ଜୟଶଙ୍କର ହଁ କହିବାରୁ ଖୁସି ହୋଇଗଲା ପାକିସ୍ତାନ…,ହେଲେ ଖରାପ ହେବ କି ସମ୍ପର୍କ? ଜାଣନ୍ତୁ କ’ଣ କହୁଛନ୍ତି ଏକ୍ସପର୍ଟ

ନୂଆଦିଲ୍ଲୀ/ଇସଲାମାବାଦ,୧୦।୧୦: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଚଳିତ ମାସ ଶେଷରେ ପାକିସ୍ତାନ ଗସ୍ତ କରି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ଅଂଶଗ୍ରହଣ...

ଏହି ଗୋଟିଏ ମାତ୍ର ଫିଲ୍ମର ପ୍ରଯୋଜକ ଥିଲେ ରତନ ଟାଟା, ଅଭିନୟ କରିଥିଲେ ଅମିତାଭ ବଚ୍ଚନ

ମୁମ୍ବାଇ,୧୦ା୧୦: ଜଣେ ଶିଳ୍ପପତି ହେବା ବ୍ୟତୀତ ରତନ ଟାଟା ମଧ୍ୟ ଜଣେ ଫିଲ୍ମପ୍ରେମୀ ଥିଲେ। ୨୦୦୪ରେ ରତନ ଟାଟା ଏକ ବଲିଉଡ୍‌ ଫିଲ୍ମର ପ୍ରଯୋଜନା କରିଥିଲେ।...

ପଞ୍ଚଭୂତରେ ବିଲୀନ ହେଲେ ରତନ ଟାଟା

ମୁମ୍ବାଇ,୧୦ା୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ମୁମ୍ବାଇର ୱର୍ଲି ସ୍ମଶାନରେ କରାଯାଇଛି। ଟାଟା ସନ୍ସର ସମ୍ମାନିତ ପୂର୍ବତନ ଚେୟାରମ୍ୟାନ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri