ଖୋର୍ଦ୍ଧାକୁ ବଜ୍ରକାପ୍ତା ଚୋରାଚାଲାଣ: ୨ ଗିରଫ

ଢେଙ୍କାନାଳ ଅଫିସ,୧।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରୁ ମଙ୍ଗଳବର ସକାଳେ ବଜ୍ରକାପ୍ତା ଚାଲାଣ ହେଉଥିବା ବେଳେ କପିଳାସ ରେଞ୍ଜ ବନ କର୍ମଚାରୀ ୨ ଜଣଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ବଜ୍ରକାପ୍ତାକୁ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ୨ ଜଣ ଫେରାର ହୋଇ ଯାଇଛନ୍ତି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧା ଜିଲା ଗଡ଼ହଳଦିଆ ଗ୍ରାମର ଘନଶ୍ୟାମ ବେହେରା (୨୧) ଓ ବଡ଼ତୋରା ଗ୍ରାମର ଜିତେନ୍ଦ୍ର ପ୍ରଧାନ (୪୫)। ସେମାନେ ବଜ୍ରକାପ୍ତାକୁ ୧୦ ଦିନ ପୂର୍ବରୁ ଧରିଥିଲେ। ମଙ୍ଗଳବାର ସକାଳେ ଖୋର୍ଦ୍ଧା ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି।

Share