ବାଲିଗୁଡ଼ା,୩୧ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ କୋଟଗଡ଼ ଅଭୟାରଣ୍ୟରୁ ଏକ ବିରଳ ବଜ୍ରକାପ୍ତାକୁ ଶିକାରୀମାନେ ଧରି ବିକ୍ରି ପାଇଁ ଚକ୍ରାନ୍ତ ଚଳାଇଥିବାବେଳେ କୋଟଗଡ଼ ବନବିଭାଗ ରେଞ୍ଜର ସୂର୍ଯ୍ୟକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଶ୍ରୀରାମପୁର ଜଙ୍ଗଲ ମାଦାଗୁଡ଼ାଠାରେ ବିକ୍ରି ପାଇଁ ଡିଲବେଳେ ଜୀବନ୍ତ ବଜ୍ରକାପ୍ତାକୁ ଧରିଛନ୍ତି। ତେବେ ଶିକାରୀ ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାଜ୍ୟରେ ବିରଳ ବଜ୍ରକାପ୍ତା ର଼୍ୟାକେଟ ସକ୍ରିୟ ଥିବାବେଳେ ପୂର୍ବରୁ ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା, କ. ନୂଆଗାଁ ଅଞ୍ଚଳରୁ ଦୁଇଟି ବଜ୍ରକାପ୍ତା ଧରା ଯାଇଥିଲା। କୋଟଗଡ଼ ବନବିଭାଗ ଆଉ ଏକ ବଜ୍ରକାପ୍ତା ଧରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣୁ ସାଧାରଣ ଲୋକ ସଚେତନ ହେଲେ ଏଭଳି ବିରଳ ଜୀବଜନ୍ତୁ ସୁରକ୍ଷା ରହିବ ବୋଲି ଡିଏଫ୍ଓ ବିଶ୍ୱରାଜ ପଣ୍ଡା ପ୍ରକାଶ କରିଛନ୍ତି।