Categories: ଜାତୀୟ

ବଜରଙ୍ଗ ଦଳକୁ ବ୍ୟାନ୍‌ କରିବେ କି ସିଦ୍ଦାରମାୟା ସରକାର? ସ୍ପଷ୍ଟ କଲା କଂଗ୍ରେସ

ବେଙ୍ଗାଲୁରୁ,୮।୬: କର୍ନାଟକରେ କଂଗ୍ରେସ ସରକାର ବର୍ତ୍ତମାନ ବଜରଙ୍ଗ ଦଳକୁ ବ୍ୟାନ୍‌ କରିବାର କୌଣସି ମନୋବଳରେ ନାହାନ୍ତି। କଂଗ୍ରେସ ସୂତ୍ର ଅନୁଯାୟୀ, ସିଦ୍ଦାରମାୟା ସରକାର ବଜରଙ୍ଗ ଦଳ ଉପରେ କୌଣସି ପ୍ରତିବନ୍ଧକ ଲଗାଇବେ ନାହିଁ। ସୂତ୍ରରୁ ପ୍ରକାଶ ଯେ, ପିଏଫଆଇ ଏବଂ ବଜରଙ୍ଗ ଦଳକୁ କଂଗ୍ରେସ ନିର୍ବାଚନ ମନିଫେଷ୍ଟୋରେ ଘୋଷଣା କରିଥିଲା। ଯଦି କୌଣସି ସଂସ୍ଥା ଆଗାମୀ ଦିନରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ବିରୋଧରେ କାର୍ଯ୍ୟ କରନ୍ତି, ତେବେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।

କଂଗ୍ରେସ ନିଜର ମନିଫେଷ୍ଟରେ ଘୋଷଣା କରିଥିଲା ଯେ, ଯଦି କର୍ନାଟକରେ କଂଗ୍ରେସ କ୍ଷମତାକୁ ଆସେ ତେବେ ବଜରଙ୍ଗ ଦଳ ଏବଂ ପିଏଫଆଇ ଭଳି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଯିବ। ଦଳ ମନିଫେଷ୍ଟୋରେ ଲେଖିଛି ଯେ, ଆଇନ ଏବଂ ସମ୍ବିଧାନ ପବିତ୍ର ବୋଲି ଆମେ ବିଶ୍ୱାସ କରୁ। ଏଭଳି ପରିସ୍ଥିତିରେ ଯଦି ବଜରଙ୍ଗ ଦଳ କିମ୍ବା ପିଏଫଆଇ ଭଳି ସଂଗଠନର କୌଣସିି ବ୍ୟକ୍ତି ଘୃଣା ଏବଂ ଶତ୍ରୁତା ବିସ୍ତାର କରନ୍ତି, ତେବେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଏବଂ ଆଇନ ଅନୁଯାୟୀ ଏପରି ସଂଗଠନ ଉପରେ ପ୍ରତିବନ୍ଧକ ଲଗାଇବୁ।

Share