Categories: ଜାତୀୟ

ହର୍ଷଙ୍କ ହତ୍ୟା ଘଟଣାରେ ଏଯାଏ ୮ଅଭିଯୁକ୍ତ ଗିରଫ: ଗୃହମନ୍ତ୍ରୀ

ବେଙ୍ଗାଲୁରୁ,୨୩।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ହର୍ଷଙ୍କ ହତ୍ୟା ଘଟଣାରେ ଏପର୍ଯ୍ୟନ୍ତ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏନେଇ କର୍ନାଟକ ଗୃହମନ୍ତ୍ରୀ ଅରାଗା ଜନେନ୍ଦ୍ର ବୁଧବାର ସୂଚନା ଦେଇଛନ୍ତି। ଏହି ମାମଲାରେ ୬ଜଣ ଅଭିଯୁକ୍ତଙ୍କୁ ମଙ୍ଗଳବାର ଗିରଫ କରାଯାଇଥିଲା। ବୁଧବାର ଆଉ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ଶିବମୋଗାରେ ଏବେ ବି ଚାପା ଉତ୍ତେଜନା ଜାରି ରହିଛି।

Share