Categories: ଜାତୀୟ

କଂଗ୍ରେସ କାର୍ଯ୍ୟାଳୟର ନାମ ବଦଳାଇ ହଜ୍‌ ହାଉସ୍‌ ରଖିଲେ ବଜରଙ୍ଗ ଦଳ…

ଅହମଦାବାଦ,୨୨।୭ : କିଛି ବଜରଙ୍ଗ ଦଳର କର୍ମକର୍ତ୍ତା ଶୁକ୍ରବାର ଗୁଜୁରାଟ କଂଗ୍ରେସ ରାଜ୍ୟ ମୁଖ୍ୟାଳୟ ଭବନରେ ପୋଷ୍ଟର ଲଗାଇଛନ୍ତି। ସେଥିରେ ପାର୍ଟି କାର୍ଯ୍ୟାଳୟର ନାମ ହଜ ହାଉସରେ ପରିବର୍ତ୍ତନ କରାଯାଇଛି। ବଜରଙ୍ଗ ଦଳର ସହଯୋଗୀ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କହିଛି ଯେ ଗୁଜୁରାଟ କଂଗ୍ରେସ ଅଧ୍ୟକ୍ଷ ଜଗଦୀଶ ଠାକୁରଙ୍କ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟ ସମ୍ପର୍କରେ ପ୍ରଦାନ କରାଯାଇଥିବା ମନ୍ତବ୍ୟକୁ ବିରୋଧ କରି ଏହାର କର୍ମକର୍ତ୍ତାମାନେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭିଏଚପି ଏହି ଘଟଣା ପାଇଁ ନିଜକୁ ଦାୟୀ କରଛି। ଦଳ ପକ୍ଷରୁ ଏହାର ଭିଡିଓ ମଧ୍ୟ ଜାରି କରାଯାଇଛି। ଭିଏଚପି ଦ୍ୱାରା ଶେୟାର ହୋଇଥିବା

ଏକ ଭିଡିଓରେ ଦର୍ଶାଯାଇଛି ଯେ ଗୁଜୁରାଟ କଂଗ୍ରେସ ମୁଖ୍ୟାଳୟର କାନ୍ଥରେ ସ୍ପ୍ରେ ରଙ୍ଗ ବ୍ୟବହାର କରି ବିକ୍ଷୋଭକାରୀମାନେ ହଜ ହାଉସ ଲେଖିଛନ୍ତି ଏବଂ ପରିସରରେ ରଖାଯାଇଥିବା ବ୍ୟାନରରେ ବିଭିନ୍ନ କଂଗ୍ରେସ ନେତାଙ୍କ ଫଟୋ ବିକୃତ କରିଛନ୍ତି।

ଗୁଜୁରାଟ ଭିଏଚପି ମୁଖପାତ୍ର ହିତେନ୍ଦ୍ର ସିଂ ରାଜପୁତ କହିଛନ୍ତି ଯେ ଦେଶର ସମ୍ବଳ ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରଥମ ଅଧିକାର ରହିଛି ବୋଲି ଗୁଜୁରାଟ କଂଗ୍ରେସ ସଭାପତି କହିଛନ୍ତି। ଏହି ଦଳ ଗୋଟିଏ ପଟେ ଧର୍ମନିରପେକ୍ଷତା ଏବଂ ସମାନତା ବିଷୟରେ କଥାବାର୍ତ୍ତା କରେ ଏବଂ ତା’ପରେ ଭୋଟ ପାଇଁ ତୁୁଷ୍ଟିକରଣ ରାଜନୀତି କରେ। ଆମେ ଏହି ଧର୍ମ କେନ୍ଦ୍ରିକ ରାଜନୀତିର ବିରୋଧୀ। କାରଣ ଏହା ଦେଶ ଏବଂ ସମାଜରେ ବିଭାଜନ ସୃଷ୍ଟି କରିଥାଏ। ଏହି ଦେଶ ସମସ୍ତ ୧୩୫ କୋଟି ନାଗରିକଙ୍କର ଅଟେ । ଭିଏଚପି ମୁଖପାତ୍ର ହିତେନ୍ଦ୍ର ସିଂ ରାଜପୁତ କହିଛନ୍ତି,ପ୍ରାୟ ୨୦ ବଜରଙ୍ଗ ଦଳର କର୍ମୀ ସକାଳେ ରାଜୀବ ଗାନ୍ଧୀ ଭବନ ଭିତରେ ଓ ବାହାରେ ପୋଷ୍ଟର ଲଗାଇ ରାଜ୍ୟ କଂଗ୍ରେସ ମୁଖ୍ୟାଳୟର ନାମକୁ‘ ହଜ ହାଉସ ରେ ପରିବର୍ତ୍ତନ କରିଥିଲେ। ମୁଖ୍ୟ ଦ୍ୱାର ବନ୍ଦ ଥିବାରୁ ଆମେ ମୁଖ୍ୟ ଦ୍ୱାରରେ ଏକ ପୋଷ୍ଟର ମଧ୍ୟ ଲଗାଇଥିଲୁ । ଜଗଦୀଶ ଠାକୁର ବୁଧବାର ଦଳର କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମତକୁ ସମର୍ଥନ କରି କହିଥିଲେ ଯେ ଦେଶର ସମ୍ବଳ ଉପରେ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରଥମ ଅଧିକାର ରହିବା ଉଚିତ ଏବଂ ନିର୍ବାଚନରେ ହାରିଥିଲେ ମଧ୍ୟ କଂଗ୍ରେସ ଏହି ଆଦର୍ଶରୁ ବିଳଚିତ ହେବ ନାହିଁ।

ଗୁଜରାଟ କଂଗ୍ରେସ ମୁଖପାତ୍ର ମନୀଷ ଦୋଶୀ ଅହମ୍ମଦାବାଦର ପାଲଡି ଅଞ୍ଚଳରେ ଅବସ୍ଥିତ ଦଳର ରାଜ୍ୟ ୟୁନିଟ ମୁଖ୍ୟାଳୟ ରାଜୀବ ଗାନ୍ଧୀ ଭବନ ଉପରେ ବଜରଙ୍ଗ ଦଳର ଆକ୍ରମଣକୁ ନିନ୍ଦା କରି କହିଛନ୍ତି ଯେ ଏହି ଯୁବକମାନେ ଭ୍ରମିତ ହୋଇଛନ୍ତି। ଏଥିସହ ଶାସକ ଭାରତୀୟ ଜନତା ପାର୍ଟି ଗୁଣ୍ଡାଙ୍କ କାର୍ଯ୍ୟକୁ ପ୍ରୋତ୍ସାହିତ କରିଥିବା ସେ ଅଭିଯୋଗ କରିଛନ୍ତି।

Share