ବେଙ୍ଗାଲୁରୁ, ୧୭ା୫: କର୍ନାଟକର କୋଡାଗୁ ଟ୍ରେନିଂ କ୍ୟାମ୍ପ୍ରେ ବଜରଙ୍ଗ ଦଳର କର୍ମୀ ବନ୍ଧୁକ ଚାଳନା ଶିଖୁଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଥିବାବେଳେ ଦଳର ଲିଡର ରଘୁ ଶାକଲେଶପୁର ଏହା ଉପରେ ପ୍ରତିକ୍ରିିୟା ରଖିଛନ୍ତି। ସେ କହିଛନ୍ତି, ସଦସ୍ୟଙ୍କୁ ମାନସିକ ଓ ଶାରୀରିକ ସାମର୍ଥ୍ୟକୁ ଦୃଢ଼ କରିବା ପାଇଁ ମେ ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ପୋନାମ୍ପେଟ୍ସ୍ଥିତ ଏକ ଘରୋଇ ସ୍କୁଲ ପରିସରରେ ଏହି ଶୌର୍ଯ୍ୟ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ୧୧୬ ଜଣ ଭାଗ ନେଇଥିଲେ। ଟ୍ରେନିଂରେ ଏୟାର ଗନ୍ ବ୍ୟବହାର ହୋଇଥିଲା। ତେଣୁ ଆର୍ମସ୍ ଆକ୍ଟକୁ ଉଲ୍ଲଂଘନ କରାଯାଇ ନ ଥିବା ସେ କହିଛନ୍ତି। ବଜରଙ୍ଗ ଦଳ ଯୁବବର୍ଗଙ୍କ ଜୀବନ ନଷ୍ଟ କରୁଛି। ସେମାନଙ୍କୁ ଧର୍ମ ନଁାରେ ହିଂସା ଶିଖାଉଛି ବୋଲି କଂଗ୍ରେସ ବିଧାୟକ ରିଜ୍ଓ୍ବାନ ଅର୍ସଦ ଟୁଇଟ୍ କରିଛନ୍ତି।