Categories: ଖେଳ

କୋଚ୍‌ ଶାକୋଙ୍କୁ ଛାଡ଼ିବେ ବଜରଙ୍ଗ

ନୂଆଦିଲ୍ଲୀ, ୨୩ା୧୧ (ପି.ଟି.)- ଭାରତର ଷ୍ଟାର ରେସଲର ବଜରଙ୍ଗ ପୁନିଆ ଏଣିକି ତାଙ୍କ ଜର୍ଜିଆନ କୋଚ୍‌ ଶାକୋ ବେନ୍‌ଟିନ୍‌ଡିସ୍‌ଙ୍କଠାରୁ ଆଉ ତାଲିମ ନେବେ ନାହିଁ। ବଜରଙ୍ଗ ଏବେ ବେଜିଂ(୨୦୦୮) ଅଲିମ୍ପିକ ବ୍ରୋଞ୍ଜ ବିଜେତା ୟୁକ୍ରେନ୍‌ର ଆନ୍ଦ୍ରି ଷ୍ଟାଡ୍‌ନିକ୍‌ଙ୍କ ଅଧୀନରେ ଟ୍ରେନିଂ ନେବାକୁ ଚାହୁଁଛନ୍ତି। ଏ ନେଇ ଆଲୋଚନା ଚାଲିଛି।

ଶାକୋଙ୍କ ନେତୃତ୍ୱରେ ଟ୍ରେନିଂ କରି ୨୭ ବର୍ଷୀୟ ବଜରଙ୍ଗ ଚଳିତ ବର୍ଷ ଟୋକିଓରେ ଅଲିମ୍ପିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥିପୂର୍ବରୁ ୨୦୧୮ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଏବଂ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଜିତିଥିଲେ। ହେଲେ ଲେଗ୍‌ ଡିଫେନ୍ସରେ ସେ ଉନ୍ନତି କରୁପାରୁ ନ ଥିଲେ। ଏଣୁ ସେ ନୂଆ କୋଚ୍‌ଙ୍କ ନିକଟରେ ଟ୍ରେନିଂ କରିବାକୁ ଚାହୁଁଛନ୍ତି। ଶାକୋଙ୍କ ସହିତ ତାଙ୍କର କୌଣସି ବିବାଦ ନାହିଁ। ତାଙ୍କଠାରୁ ସେ ଅନେକ କିଛି ଶିଖିଛନ୍ତି। ହେଲେ ଉନ୍ନତ ଫଳାଫଳ ପାଇଁ ଜଣେ ନୂଆ କୋଚ୍‌ଙ୍କୁ ନେଇ ଚେଷ୍ଟା କରାଯାଇ ପାରେ ବୋଲି ସେ କହିଛନ୍ତି।

Share