ଅମିତ ଶାହାଙ୍କୁ ଭେଟି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଶୀଘ୍ର ଚାର୍ଜସିଟ ଦାଖଲ କରିବାକୁ ଦାବି କଲେ କୁସ୍ତି ଯୋଦ୍ଧା

ନୂଆଦିଲ୍ଲୀ,୫।୬: ଭାରତୀୟ କୁସ୍ତି ମହାସଂଘ(ଡବ୍ଲୁଏଫଆଇ)ର ଅଧ୍ୟକ୍ଷ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ ଜାରି ରଖିଥିବା ଅଲିମ୍ପିୟାନ କୁସ୍ତିଯୋଦ୍ଧା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍‌ କରିଛନ୍ତି। ବଜରଙ୍ଗ ପୁନିଆ, ସାକ୍ଷି ମଲିକ ଓ ଭିନେଶ ଫୋଗାଟ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହାଙ୍କୁ ତାଙ୍କ ଘରେ ସାକ୍ଷାତ୍‌ କରି ବ୍ରିଜ୍‌ ଭୂଷଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ରବିବାର ରାତିରେ ଅମିତ ଶାହାଙ୍କୁ ଭେଟିବା ପରେ କୁସ୍ତିଯୋଦ୍ଧାମାନେ ନିଜର ଉଦ୍ବେଗ ପ୍ରକାଶ କରିଥିଲେ ଏବଂ ଏକ ଦୀର୍ଘ ବୈଠକରେ ସବୁକିଛି କହିଥିଲେ। କୁସ୍ତିଯୋଦ୍ଧାମାନେ ଖୁବ ଶୀଘ୍ର ବ୍ରିଜ ଭୂଷଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବାକୁ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ନିବେଦନ କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

Share