ରୁଷିଆ ଦଖଲରେ ବାଖ୍‌ମୁଟ୍‌

ମସ୍କୋ/ହିରୋଶିମା, ୨୨ା୫ : ୟୁକ୍ରେନ୍‌ର ଗୁରୁତ୍ୱପୂର୍ଣ୍ଣ ବାଖ୍‌ମୁଟ୍‌ ସହରକୁ ରୁଷିଆ ଦଖଲ କରିଥିବା ରବିବାର ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ରୁଷିଆ ସୈନ୍ୟମାନଙ୍କ ସହାୟତାରେ ଓ୍ବାଗ୍‌ନର ଘରୋଇ ସେନା ବାଖ୍‌ମୁଟ୍‌କୁ ନିୟନ୍ତ୍ରଣକୁ ନେଇଛି। ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ ମଧ୍ୟ ଅନୁରୂପ ଦାବି କରିଛନ୍ତି। ଅନ୍ୟପକ୍ଷରେ ବାଖ୍‌ମୁଟ୍‌ ପାଇଁ ଲଢ଼େଇ ଜାରି ରହିଥିବା ୟୁକ୍ରେନ୍‌ କର୍ତ୍ତୃପକ୍ଷ କହିଛନ୍ତି। ରୁଷିଆ ସୈନ୍ୟ ବାଖ୍‌ମୁଟ୍‌କୁ ଅକ୍ତିଆର କରି ନ ଥିବା ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଜାପାନର ହିରୋଶିମାରେ ଜି୭ ନେତାମାନଙ୍କ ସହ ଆଲୋଚନା ପାଇଁ ଆସିଥିବା ଜେଲେନ୍‌ସ୍କି ମସ୍କୋର ଦାବିକୁ ଖଣ୍ଡନ କରିଛନ୍ତି। ବାଖ୍‌ମୁଟ୍‌ରେ କ’ଣ ଘଟୁଛି, ତାହା ମୁଁ ସ୍ପଷ୍ଟ ବୁଝିପାରୁଛି, ତେବେ ଆମ ଯୋଦ୍ଧାମାନଙ୍କ ସହ ଟେକ୍‌ନିକାଲି କ’ଣ ଘଟିଛି ତାହା ସବିଶେଷ ଭାବେ କହିପାରିବି ନାହିଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି କହିଛନ୍ତି।
ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ୧୫ ମାସ ହୋଇଥିବାବେଳେ ଏହାର ପୂର୍ବପାର୍ଶ୍ୱରେ ଥିବା ବାଖ୍‌ମୁଟ୍‌ ସହର ପାଇଁ ୮ ମାସ ହେଲା ଲଢ଼େଇ ଜାରି ରହିଥିଲା। ଏହା ସବୁଠୁ ଦୀର୍ଘ ଓ ରକ୍ତାକ୍ତ ସଂଘର୍ଷ ବୋଲି କୁହାଯାଉଛି। ଶନିବାର ମଧ୍ୟାହ୍ନରେ ଏହି ସହର ସମ୍ପୂର୍ଣ୍ଣ ଭାବେ ରୁଷିଆ କବଳକୁ ଆସିଥିବା ଓ୍ବାଗ୍‌ନର ମୁଖ୍ୟ ଟେଲିଗ୍ରାମ୍‌କୁ ଦେଇଥିବା ଭିଡିଓରେ କୁହାଯାଇଛି। ସେ କହୁଥିବା ସମୟରେ ପାଖରେ ସୈନ୍ୟମାନେ ଛିଡ଼ାହୋଇଥିବା ଏବଂ ବିଲ୍ଡିଂର ଧ୍ୱଂସାବଶେଷ ଦେଖିବାକୁ ମିଳିବା ସହ କିଛି ଦୂରରେ ବିସ୍ଫୋରଣର ଶବ୍ଦ ଶୁଭୁଥିଲା। ଏହାର କିଛି ସମୟ ପରେ ୟୁକ୍ରେନ୍‌ ଉପପ୍ରତିରକ୍ଷା ମନ୍ତ୍ରୀ ହନ୍ନା ମାଲିଆର୍‌ କହିଛନ୍ତି, ବାଖ୍‌ମୁଟ୍‌ରେ ଜୋର୍‌ଦାର ଲଢ଼େଇ ଜାରି ରହିଛି। ସେଠାର ସ୍ଥିତି ଗମ୍ଭୀର ଅଛି। ଉକ୍ତ ଅଞ୍ଚଳର କେତେକ ଶିଳ୍ପାଞ୍ଚଳ ଓ ଭିତ୍ତିଭୂମିକୁ ଶତ୍ରୁପକ୍ଷ ଅକ୍ତିଆର କରିଥିବା ମାଲିଆର୍‌ କହିଛନ୍ତି।
ଯଦି ରୁଷିଆ ସୈନ୍ୟ ବାଖ୍‌ମୁଟ୍‌କୁ ଅକ୍ତିଆର କରିଥାନ୍ତି, ତଥାପି ଡୋନେସ୍କର ଅନ୍ୟ ଅଞ୍ଚଳଗୁଡ଼ିକୁ ଦଖଲ କରିବା ସେମାନଙ୍କ ପାଇଁ ଏତେ ସହଜ ହେବ ନାହିଁ। କାରଣ ଉକ୍ତ ଅଞ୍ଚଳଗୁଡ଼ିକ ଏବେ ମଧ୍ୟ ୟୁକ୍ରେନ୍‌ ନିୟନ୍ତ୍ରଣରେ ରହିଛି। ୮ ମାସ ଧରି ବାଖ୍‌ମୁଟ୍‌ରେ ଜାରି ରହିଥିବା ଜୋର୍‌ଦାର ଲଢ଼େଇରେ କାହାର ଅଧିକ କ୍ଷୟକ୍ଷତି ହୋଇଛି, ତାହା ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ। ଉଭୟ ପକ୍ଷ ହଜାର ହଜାର ସୈନ୍ୟଙ୍କୁ ହରାଇଥିବା ବିଶ୍ୱାସ କରାଯାଉଥିବାବେଳେ କେହି ସଂଖ୍ୟା କହୁନାହାନ୍ତି। ବାଖ୍‌ମୁଟ୍‌ର ପତନ ୟୁକ୍ରେନ୍‌ ପାଇଁ ଏକ ବଡ଼ ଝଟକା ଏବଂ ରୁଷିଆ ପାଇଁ କେତେକ କୌଶଳଗତ ଫାଇଦା ଦେବ। କିନ୍ତୁ ଏହା ଯୁ୍‌ଦ୍ଧ ପରିଣତିର ନିର୍ଣ୍ଣାୟକ ପ୍ରମାଣିତ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଡୋନେସ୍କ କ୍ଷେତ୍ରର ଅନେକ ଅଞ୍ଚଳ ୟୁକ୍ରେନ୍‌ କବଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି। ସେଗୁଡ଼ିକୁ ଅକ୍ତିଆର କରିବା ରୁଷିଆ ସୈନ୍ୟବାହିନୀ ପାଇଁ କଷ୍ଟକର ହେବ। ବାଖ୍‌ମୁଟ୍‌ର ଲୋକସଂଖ୍ୟା ୮୦ ହଜାର ହୋଇଥିବାବେଳେ ଏହା ଲବଣ ଓ ଜିପ୍‌ସମ୍‌ ଖଣି ପରିବେଷ୍ଟିତ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପାଞ୍ଚଳ କେନ୍ଦ୍ର। ଏହା ଡୋନେକ୍ସର ଆଞ୍ଚଳିକ ପରିବହନ ଓ ଲଜିଷ୍ଟିକ୍‌ ହବ୍‌। ମସ୍କୋ ଏହାର ଆତ୍ମଘୋଷିତ ସ୍ବତନ୍ତ୍ର ସାମରିକ ଅଭିଯାନରେ ଉକ୍ତ ଅଞ୍ଚଳକୁ ବଳପୂର୍ବକ ଅକ୍ତିଆର କରିବାକୁ ଚାହୁଁଥିଲା। ଯଦି ରୁଷିଆ ବାଖ୍‌ମୁଟ୍‌କୁ ଅକ୍ତିଆର କରିଥାଏ ଡୋନେସ୍କ କ୍ଷେତ୍ରର କ୍ରମାଟୋର୍ସ୍କା ଏବଂ ସ୍ଲୋଭିଆନ୍‌ସ୍କକୁ ଅକ୍ତିଆର କରିବା ଏହା ପାଇଁ ସହଜ ହେବ ବୋଲି କୁହାଯାଉଛି। ‘ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଡୋନେସ୍କର ସ୍ବାଧୀନତା ପାଇଁ ଉଭୟକୁ ଦଖଲ କରିବା ଆବଶ୍ୟକ ବୋଲି ମସ୍କୋ କହିଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ ଦୂତାବାସରେ ଜଣେ ଅଧିକାରୀଙ୍କ ରହସ୍ୟଜନକ ମୃତଦେହ ଉଦ୍ଧାର, ଦେଶରେ ଚହଳ

ଓ୍ବାଶିଂଟନ୍‌,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ...

‘ଆପଣଙ୍କ କାର ମୋ ମା’ଙ୍କ ଘର ସହ ସମାନ’, ମୋଦିଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଓବାମା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି। ଯେଉଁଠାରେ ସେ ଆମେରିକାର ଡେଲାୱେରରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ ବୈଠକରେ...

ଲେବାନନ ଆକ୍ରମଣକୁ ନେଇ ଚର୍ଚ୍ଚାରେ ମିଷ୍ଟ୍ରି ଗର୍ଲ!

ଜେରୁଜେଲମ,୨୧।୯: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଲେବାନନରେ ପେଜର୍‌ ଆକ୍ରମଣ ସାରା ବିଶ୍ୱରେ ଆଲୋଚନା ହେଉଛି। ଏହି ଆକ୍ରମଣ ସହ ଜଡିତ ଅନେକ ତଥ୍ୟ ସାମ୍ନାକୁ ଆସୁଛି।...

୫୮ ପୁରୁଷଙ୍କ ସହ ସମ୍ପର୍କ ରଖି ଫସିଲେ ଚାଇନାର ‘ବିୟୁଟିଫୁଲ ଗଭର୍ନର’

ବେଜିଂ,୨୧।୯: ଦକ୍ଷିଣ-ପଶ୍ଚିମ ଚାଇନାର ଜଣେ ମହିଳାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ଏବଂ ଅସଦାଚରଣ ପାଇଁ ଏକ ମିଲିୟନ ୟୁଆନ ଅର୍ଥାତ୍‌ ୧୮୩୦୦୦ ଆମେରିକୀୟ...

ଶ୍ରୀଲଙ୍କାରେ ଆଜି ରାଷ୍ଟ୍ରପତି ନିର୍ବାଚନ, ନାହାଁନ୍ତି ଜଣେ ବି ମହିଳା ପ୍ରାର୍ଥୀ

କଲମ୍ବୋ,୨୧।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ଶନିବାର ଅନୁଷ୍ଠିତ ହୋଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ଉପରେ ଭାରତ ସମେତ ବିଶ୍ୱର ନଜର ରହିଛି। ୨୦୨୨ରେ,...

ଆମେରିକା ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ମୋଦି: ଏହି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ରହିବ ସମସ୍ତଙ୍କ ନଜର

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତିନି ଦିନିଆ ଗସ୍ତ ଆମେରିକା ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ସମୟରେ ସେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ...

ଆମେରିକାର ଧ୍ରୁବୀ ପଟେଲ ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌

ଓ୍ବାଶିଂଟନ,୨୧ା୯: ଆମେରିକାର କମ୍ପ୍ୟୁଟର ଇନ୍‌ଫର୍ମେଶନ ସିଷ୍ଟମ୍‌ ଛାତ୍ରୀ ଧ୍ରୁବୀ ପଟେଲଙ୍କୁ ଚଳିତ ବର୍ଷର ମିସ୍‌ ଇଣ୍ଡିଆ ଓ୍ବାଲର୍‌ଡଓ୍ବାଇଡ୍‌ ବିଜେତା ଘୋଷଣା କରାଯାଇଛି। ଧ୍ରୁବୀ ବଲିଉଡ୍‌ ଅଭିନେତ୍ରୀ...

ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ରଖିଲା ଇସ୍ରାଏଲ, ହମାସ କଲା ଖାରଜ

ଜେରୁଜେଲମ,୨୦।୯: ଇସ୍ରାଏଲ ଯୁଦ୍ଧ ସମାପ୍ତ କରିବାକୁ ପ୍ରସ୍ତାବ ଦେଇଛି। ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ଏକାଠି ମୁକ୍ତ କରାଯାଏ ଏବଂ ଗାଜାକୁ ନିରସ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri