ନୂଆଦିଲ୍ଲୀ,୧୭।୧୧: ଶିବସେନାର ସଂସ୍ଥାପକ ବାଲ୍ ଠାକରେଙ୍କ ଆଜି ଶ୍ରାଦ୍ଧବାର୍ଷିକୀ। ପୁଣେରେ ଜନ୍ମିତ ଠାକରେ ଏକଦା ‘ମହାରାଷ୍ଟ୍ରର ବାଘ’ ନାମରେ ସେ ଚର୍ଚ୍ଚିତ ଥିଲେ। କାରଣ ସ୍ବଭାବରେ ସେ ରାଗି ଥିଲେ। ଏକଦା ସେ ସଚିନ ତେନ୍ଦୁଲକରଙ୍କୁ କଟାକ୍ଷ କରିଥିଲେ।
ସେତେବେଳେ ମହାରାଷ୍ଟ୍ରରେ ସ୍ଥାନୀୟ ବନାମ ବାହାର ଲୋକ ଭଳି ସମସ୍ୟାକୁ ନେଇ ଅସ୍ଥିରତା ସୃଷ୍ଟି ହୋଇଥିଲା। ଏହି ସମୟରେ ସଚିନ ମହାରାଷ୍ଟ୍ର ଉପରେ ସମଗ୍ର ଭାରତର ଅଧିକାର ଅଛି ବୋଲି କହିଥିଲେ। ଏହାକୁ ଗ୍ରହଣ କରିପାରି ନ ଥିଲେ ଠାକ୍ରେ। ପ୍ରତିକ୍ରିୟାରେ ସଚିନ କେବଳ କ୍ରିକେଟ୍ ପଡ଼ିଆରେ ହିଁ ରୁହନ୍ତୁ ଏବଂ ରାଜନୀତି ଖେଳ ଆମକୁ ଖେଳିବାକୁ ଦିଅନ୍ତୁ ବୋଲି ରୋକଠୋକ କହିଦେଇଥିଲେ।
୫୦ ଦଶକରେ ଦେଶର ପ୍ରତିଭାବାନ କାର୍ଟୁନିଷ୍ଟ ଭାବେ ବାଲା ସାହେବ ଚର୍ଚ୍ଚିତ ଥିଲେ। ତାଙ୍କ ଚିତ୍ରରେ କ୍ରାନ୍ତିର ବାର୍ତ୍ତା ଥିଲା। ଏଥିରେ ସେ ସିନେମାରୁ ଆରମ୍ଭ କରି ରାଜନୀତିଜଗତ ସହ ଜଡ଼ିତ ଲୋକଙ୍କ ଉପରେ ଟିପ୍ପଣୀ କରିବାକୁ ନେଇ ଚର୍ଚ୍ଚାରେ ରହୁଥିଲେ।