ପହଣ୍ଡି ବିଜେବେଳେ ରଥରୁ ଖସି ପଡିଲେ ବଡ଼ ଠାକୁର, ତା’ ପରେ…

ପୁରୀ,୭।୯: ଆଡପ ପହଣ୍ଡିରେ ଘଟିଛି ବଡ଼ ଅଘଟଣ । ପହଣ୍ଡି ବେଳେ ତଳକୁ ଖସିଗଲେ ମହାପ୍ରଭୁ ବଳଭଦ୍ର । ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ଟାହିଆ ଲାଗି ପହଣ୍ଡି ଆରମ୍ଭ ହୋଇଥିଲା। କିନ୍ତୁ ଠାକୁର କିଛିବାଟ ଆସିବା ପରେ ତଳକୁ ଖସି ପଡିଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ, ଏହା ସମ୍ଭବ ହୋଇ ନ ଥିଲା। ସୁଦର୍ଶନଙ୍କର ପହଣ୍ଡିି ବିଜେ ପରେ ବଡ଼ ଠାକୁର ବଳଭଦ୍ରଙ୍କର ପହଣ୍ଡି ବିଜେ ହେବାକୁ ଥିବା ବେଳେ ଏଭଳି ଅଘଟଣ ଘଟିଛି ।

ରଥ ଉପରୁ ସେବାୟତଙ୍କ ଗୋଡ ଖସିବାରୁ ଏପରି ଅଘଟଣ ଘଟିଛି । ବଡ଼ ଠାକୁର ତଳକୁ ଖସିବାରୁ ତଳେ ଚାପି ହୋଇ ୫ ଜଣ ସେବାୟତ ଆହତ ହୋଇଛନ୍ତି । ଆହତ ସେବାୟତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାତାଉ କି, ୨୦୨୩ ରଥଯାତ୍ରା ସମୟରେ ଆଡପ ପହଣ୍ଡିରେ ମଧ୍ୟ ଗୁରୁତର ତ୍ରୁଟି ଦେଖାଦେଇଥିଲା । ପହଣ୍ଡି ବେଳେ ଚାରମାଳ ଉପରେ ଡାହାଣ ପାଶର୍‌ବକୁ ଢଳିପଡିଥିଲେ ମହାପ୍ରଭୁ ଜଗନ୍ନାଥ । ମସ୍ତକରେ ଲାଗିଥିବା ଚିତା ବି ଖସି ପଡ଼ିଥିଲା ।

Share