ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣା: ଭିଡିଓ ଦେଖାଇ ଦେଖାଇ ପଚାରୁଛି …

ପୁରୀ,୧୩।୮: ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ ଜେଟିପିଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ସେମାନଙ୍କୁ ଭିଡିଓ ଦେଖାଇ ୩ ଜଣିଆ କମିଟି ପଚରାଉଚରା କରୁଛି। ଜୁଲାଇ ୯ରେ ଆଡପ ପହଣ୍ଡି ବେଳେ ଏହି ବଡ଼ ଅଘଟ ଘଟିଥିବା ବେଳେ ୧୦ ଦିନ ଭିତରେ କମିଟି ତଦନ୍ତ କରି ରିପୋର୍ଟ ଦେବା କଥା ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

Share