ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ

କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି। ଚଳିତ ବର୍ଷ ବିରଳ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଘୋଷଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି। ସେହିପରି ଦୁଇ ଦିନ ରଥ ଟାଣିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।

ରବିବାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନବଯୌବନ ବେଶ ପରେ ରୀତିନୀତି ଅନୁସାରେ ଧାଡ଼ି ପହଣ୍ଡି ହୋଇ ବିଶ୍ବର ବୃହତମ ନନ୍ଦିଘୋଷ ରଥକୁ ବିଜେ କରିଥିଲେ। ପରେ କିଛି ସମୟ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ହୋଇଯିବାରୁ ନିୟମ ଅନୁଯାୟୀ ରଥଟଣା ବନ୍ଦ ରହିଥିଲା।

ସେମବାର ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ଧୂପ ପରେ ପୂର୍ବାହ୍ନ ୧୧ଟା ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୋଲିସ ବାହିନୀ, ସଚ୍ଛୋସେବୀ ଓ ଭକ୍ତଙ୍କ ଗହଣରେ ଘଣ୍ଟ, ମୃଦଙ୍ଗ, ଶଙ୍ଖ ସାଙ୍ଗକୁ ହୁଳୁହୁଳି, ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ପଡ଼ିଥିଲା। ରାସ୍ତାରେ ପାରମ୍ପରିକ ପୂଜାର୍ଚ୍ଚନା ଓ ଭୋଗଲାଗି ପାଇଁ ରଥ କିଛି ସମୟ ଅଟକିବା ପରେ ପୁଣି ରଥ ଗଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲା।

ସନ୍ଧ୍ୟା ଧୂପ ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିର ତଥା ଜନ୍ମ ବେଦୀକୁ ବିଜେ ହୋଇଛନ୍ତି। ରତ୍ନ ବେଦୀରୁ ରଥାରୂଢ଼ ହୋଇ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବା ସହ ଜନ୍ମ ବେଦୀକୁ ଯାଉଥିବା ଏହି ପରମ୍ପରା ଅତି ନିଆରା।

ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉ ୯ଦିନ ଧରି ବିଭିନ୍ନ ବେଶରେ ଭଙ୍କୁ ଦର୍ଶନ ଦେବେ। ଏନେଇ ଭକ୍ତ ବ୍ୟାକୁଳ ମନରେ ଅପେକ୍ଷା କରିଛି। ରଥ ଯାତ୍ରା ଅବସରରେ ବଡ ଦାଣ୍ଡରେ ଭଜନ, କୀର୍ତ୍ତନ ସାଙ୍ଗକୁ ନାଚ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯାଉଛି।

ଅନୁକୂଳ ପାଗ ଯୋଗୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ସାଙ୍ଗକୁ ମେଳା ବୁଲିବାର ମଜା ନେଉଛନ୍ତି। ଜିଲା ପ୍ରଶାସନ ସହିତ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରୁ ୨୦ଲକ୍ଷ ଟଙ୍କାରେ ବାଣ ଜବତ

ରାଉରକେଲା,୬।୧୦: ଆଗକୁ ଆଲୋକର ପର୍ବ ଦୀପାବଳି। ଏନେଇ ବେଆଇନ ବାଣ ଗୋଦାମଗୁଡିକ ଖେଳିବା ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲା ପ୍ଲାଣ୍ଟ ସାଇଟ ଥାନା...

PGT ନିଯୁକ୍ତି ଲିଖିତ ପରୀକ୍ଷା ବାତିଲ୍‌: ଜାଣନ୍ତୁ ପୁଣି କେବେ ହେବ

କଟକ,୬।୧୦: ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ଆୟୋଜିତ ପିଜିଟି ନିଯୁକ୍ତିକୁ ନେଇ ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରାଯାଇଛି। ରବିବାର ଏହି ପରୀକ୍ଷାଗୁଡିକ ହେବାକୁ...

ପୁଣି ପ୍ରଶ୍ନପତ୍ର ଲିକ୍‌ : OSSC ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍‌…

ଭୁବନେଶ୍ୱର,୬।୧୦: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରୁ। ଏଭଳି ଏକ...

ସହରରେ ଚାଞ୍ଚଲ୍ୟ: ମନୋରମାଙ୍କ ହତ୍ୟାକାରୀ ହାରିଦେଲେ ଜୀବନ

କେନ୍ଦୁଝର,୬ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟାଳୟରେ ଶଙ୍କରଗଳି ପବିତ୍ରଡିହାରେ ଗତ ୪ ତାରିଖରେ ଜଣେ ୨୦ ବର୍ଷୀୟା ଯୁବତୀ ମନୋରମା ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ...

ସୁଭଦ୍ରା ଟଙ୍କା ୯ରେ ଆସିବ କି ନାହିଁ? ସହଜରେ ଏମିତି କରନ୍ତୁ ଚେକ୍‌…

ଭୁବନେଶ୍ୱର,୬।୧୦: ଆଉ ମାତ୍ର ୩ ଦିନ ବାକି । ହିତାଧିକାରୀଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ସୁଭଦ୍ରାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତିରେ ରାଜ୍ୟର...

ପାର୍ବଣରେ ୧୦୦ ଟପିଲାଟମାଟୋ ଦର

ଭୁବନେଶ୍ୱର,୬।୧୦: ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬ା୧୦: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri