Categories: ଖେଳ

ବାଲାଜୀଙ୍କ ପ୍ରଥମ ଫ୍ରେଞ୍ଚ୍‌ ଓପନ ବିଜୟ

ପ୍ୟାରିସ, ୧।୬ (ପି.ଟି.): ଭାରତର ଏନ. ଶ୍ରୀରାମ ବାଲାଜୀ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସରେ କ୍ୟାରିୟରର ପ୍ରଥମ ବିଜୟ ହାସଲ କରିଛନ୍ତି। ଏଥିସହ ସେ ଆସନ୍ତା ପ୍ୟାରିସ ଅଲିମ୍ପିକ୍ସରେ ରୋହନ ବୋପାନ୍ନାଙ୍କ ପାର୍ଟନର ହେବା ଦାବିଦାରୀକୁ ଦୃଢ଼ କରିଛନ୍ତି। ବାଲାଜୀ ଓ ମେକ୍ସିକୋର ମିଗୁଏଲ ଆଞ୍ଜେଲ ରିୟେସ-ଭାରେଲା ମାର୍ଟିଜେନ ଯୋଡ଼ି ୬-୩, ୬-୪ ସେଟ୍‌ରେ ଆମେରିକାର ରିସି ଷ୍ଟାଲଡେର ଓ ଡଚ୍‌ ଖେଳାଳି ସେମ୍‌ ଭେର୍ବେକଙ୍କୁ ହରାଇ ଦେଇଛନ୍ତି। ଜଣେ ଡବଲ୍ସ ଖେଳାଳିଭାବେ ବାଲାଜୀ ଅନେକ ଉନ୍ନତି କରିଛନ୍ତି। ତେବେ ବାଲାଜୀ ଓ ଭାମ୍ବ୍ରିଙ୍କ ମଧ୍ୟକୁ କାହାକୁ ପାର୍ଟନର କରିବେ ତାହା ବୋପାନ୍ନାଙ୍କ ଉପରେ ନିର୍ଭର କରିବ। ଅନ୍ୟପକ୍ଷରେ ୟୁକି ଭାମ୍ବ୍ରି ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ୟୁକି ଓ ଆଲବାନୋ ଓଲିଭେଟି ଯୋଡ଼ି ୩-୬, ୬-୭(୫) ସେଟ୍‌ରେ ଅଷ୍ଟ୍ରେଲିଆର ଜନ୍‌ ପିର୍ସ ଓ ରୁଷିଆର ରୋମାନ ସାଫିଉଲିନଙ୍କଠାରୁ ପରାଜିତ ହୋଇଛନ୍ତି।

Share