ରାଉରକେଲା ପରେ ବଲାଙ୍ଗୀର: ଝାଡ଼ାବାନ୍ତିରେ ୨ ମୃତ୍ୟୁ

ବଲାଙ୍ଗୀର/କଣ୍ଟାବାଞ୍ଜି, ୨୫।୧୨( ସୁନୀଲ କୁମାର ମହାନ୍ତି): ରାଉରକେଲା ପରେ ଏବେ ବଲାଙ୍ଗୀରରେ ଝାଡ଼ାବାନ୍ତି ଆତଙ୍କ ଦେଖାଯାଇଛି। ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ଝାଡ଼ାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ବଲାଙ୍ଗୀର ଜିଲା ଭାରାପ୍ରାପ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ଜଣାପଡ଼ିଛି। ମୃତକ ହେଲେ ଟିଟିଲାଗଡ଼ ବ୍ଲକ ପୁଡାପଦର ଗାଁର ଚାନ୍ଦିନୀ ସାହୁ ଏବଂ ମୁରିବାହାଲ ବ୍ଲକ ମାଲିବାହାଲ ଗାଁର ସନ୍ତୋଷ ମାଝୀ।
ସୂଚନାନୁସାରେ, କଣ୍ଟାବାଞ୍ଜି ନିକଟସ୍ଥ ବିଭିନ୍ନ ଗାଁର ୬ ଜଣ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମୀରା ରବିାର ରାତିରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ରାତିରେ ମୃତ୍ୟୁ ଘଟିଥିଲା। ସନ୍ତୋଷ ସୋମବାର ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଥିଲା।

Share