ସବୁଦିନ ଚାଲିବ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ସ୍ବତନ୍ତ୍ର ଏକ୍ସପ୍ରେସ

ଭୁବନେଶ୍ୱର,୪ା୯(ବ୍ୟୁରୋ): ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ସ୍ବତନ୍ତ୍ର ଏକ୍ସପ୍ରେସ ଶୁକ୍ରବାରଠାରୁ ସପ୍ତାହରେ ୫ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରିବ। ଏ ନେଇ ପୂର୍ବତଟ ରେଳପଥ ନିଷ୍ପତ୍ତି ନେଇଛି। ଏହି ଟ୍ରେନ ଭୁବନେଶ୍ୱରରୁ ସକାଳ ୬ଟା ୩୦ରେ ଓ ବଲାଙ୍ଗୀରଠାରୁ ଅପରାହ୍ନ ୨ଟା ୪୫ରେ ଛାଡ଼ୁଛି। ତେବେ ଭୁବନେଶ୍ୱର ଓ ବଲାଙ୍ଗୀର ମଧ୍ୟରେ ଏହି ଟ୍ରେନ୍‌ ମଞ୍ଚେଶ୍ୱର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମଣ୍ଡଳୀ, ତାଳଚେର ରୋଡ୍‌, ଅନୁଗୋଳ, ବଇଣ୍ଡା, ବେମୁର, ରେଢ଼ାଖୋଲ, ସମ୍ବଲପୁର, ହୀରାକୁଦ, ବରଗଡ଼ ରୋଡ୍‌, ବରପାଲି ଏବଂ ଲୋଇସିଙ୍ଗାଠାରେ ଉଭୟ ଦିଗରୁ ରହଣି କରିବ ।

Share