ବଲାଙ୍ଗୀର ଅଫିସ,୨୧ା୧୦: ବଲାଙ୍ଗୀର ବନ୍ଦ ଡାକରା ପରେ ଗୁରୁବାର ସକାଳୁ ଭାଜପା ପକ୍ଷରୁ ବିଭିନ୍ନ ଅଫିସ ସମ୍ମୁଖରେ ପିକେଟିଂ କରାଯାଇଛି। ଜିଲାପାଳ କାର୍ଯ୍ୟାଳୟ, ସିଭିଲ କୋର୍ଟ, ପ୍ରଧାନ ଡାକଘର, ଡିଆରଡିଏ ଅଫିସ ସମ୍ମୁଖରେ ପିକେଟିଂ କରିଛନ୍ତି । ସକାଳୁ ବନ୍ଦର ପ୍ରଭାବ ଦେଖାଦେଇଛି। ସମସ୍ତ ଦୋକାନ ବଜାର, ଚାରିଚକିଆ ଗାଡ଼ିମଟର ଚଳାଚଳ ବନ୍ଦ ରହିଛି। ସାରା ଜିଲାରେ ବନ୍ଦର ପ୍ରଭାବ ଦେଖାଦେଇଛି। ଭାଜପା ନେତା, କର୍ମୀ ବିଭିନ୍ନ ସ୍ଥାନରେ ଗାଡ଼ିମଟର ଅଟକାଇଛନ୍ତି ।