ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍‌

ବଲାଙ୍ଗୀର ଅଫିସ,୧୮।୧୧-ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ଗଣହତ୍ୟା ମାମଲାର ବୁଧବାର ପର୍ଦ୍ଦାଫାସ୍‌ ହୋଇଛି। ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ଗଣହତ୍ୟାରେ ୯ ଜଣଙ୍କ ସମ୍ପୃକ୍ତି ଥିବା ନେଇ ସ୍ବତନ୍ତ୍ର ପୋଲିସ ଟିମ ସୂଚନା ଦେଇଛି। ହତ୍ୟାରେ ବ୍ୟବହୃତ ଖଣ୍ଡା, ରଡ୍‌, ଗଇଁଚି, ଫାର୍ସା ଜବତ କରାଯାଇଛି। ସେହିପରି ୨ଟି ଲୁନା, ଗୋଟିଏ ବାଇକ, ୬ଟି ମୋବାଇଲ, ପେଟ୍ରୋଲ ବୋତଲ ଜବତ କରାଯାଇଥିବା ବଲାଙ୍ଗୀର ଏସ୍‌ପି ଏମ.ଏସ ସମ୍ପଦ ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ବୁଲୁ ଜାନି, ତାଙ୍କ ସ୍ତ୍ରୀ ଓ ୪ ନାବାଳକ ପିଲାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Share