ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଦୁଇ ଯନ୍ତ୍ରୀ, ଚାକିରିରୁ ହେଲେ ନିଲମ୍ବନ

ବଲାଙ୍ଗୀର, ୯।୧: (ସୁନିଲ କୁମାର ମହାନ୍ତି): ସାମ୍ବାଦିକଙ୍କୁ ମାଡ଼ ମାରିବା ଘଟଣାରେ କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସ୍‌ଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗ ଯନ୍ତ୍ରୀ ଚିନ୍ମୟ ସାହୁଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଏହା ସହିତ ଦୁଇ ଜଣଙ୍କୁ ଚାକିରିରୁ ମଧ୍ୟ ନିଲମ୍ବନ କରାଯାଇଥିବା ଜଣାପଡିଛି। ବୁଧବାର ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ଉପରେ ଅଧିକାରୀଙ୍କ ମତାମତ ନେବାକୁ ଯାଇଥିବା ସମୟରେ ମଦ ପିଇ ମାତାଲ ଅବସ୍ଥାରେ ଥିବା କଣ୍ଟାବାଞ୍ଜି ଇଲେକ୍ଟ୍ରି ଏସଡିଓ ଜଗନ୍ନାଥ ପତି ଓ ମୁରିବାହାଲ ବିଦ୍ୟୁତ୍‌ ବିଭାଗର ଯନ୍ତ୍ରୀ ଚିନ୍ମୟ ସାହୁ ଟିଟିଲାଗଡ଼ର ଗଣମାଧ୍ୟମ ପ୍ରତିନିଧି ଅବିନାଶ ନନ୍ଦ, ସଞ୍ଜୟ ବେହେରା ଓ ତରୁଣ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଆକ୍ରମଣର ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଏହି ଘଟଣାକୁ ନେଇ ଟିଟିଲାଗଡ଼ ଥାନା ପୋଲିସ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ଉଭୟ ଯନ୍ତ୍ରୀଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଏକତା, ବିଶ୍ୱାସର ବିକାଶ ପାଇଁ ରାଜଯୋଗ

ଦାରିଙ୍ଗବାଡ଼ି,୨୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପ୍ରଜାପତି ବ୍ରହ୍ମକୁମାରୀ ପକ୍ଷରୁ ରବିବାର ବିଶ୍ୱ ଏକତା ଓ ବିଶ୍ୱାସର ବିକାଶ ପାଇଁ ରାଜଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡ଼ିତ କି? ଏଭଳି ଉପାୟରେ ମେଥି ସେବନ କରି…

ଆଜିର ସମୟରେ ଅନିୟମିତ ଦିନଚର୍ଯ୍ୟା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟୁଛି। ସେଥିରୁ ଗୋଟିଏ ହେଲା ଉଚ୍ଚ ରକ୍ତଚାପ। ସାଧାରଣତଃ ମୋଟାପଣ ଏବଂ ଜୀବନଶୈଳୀରେ ପରିବର୍ତ୍ତନ...

ଶରୀରର ଏହି ୫ ସ୍ଥାନରେ କଳାଜାଇ ଅଛି କି? ଜାଣନ୍ତୁ କ’ଣ ତାର ଅର୍ଥ, କିଭଳି ହେବ ଭବିଷ୍ୟତ

ଜ୍ୟୋତିଷଶାସ୍ତ୍ରରେ ଶରୀରରେ ଥିବା କଳାଜାଇର ବିଶେଷ ମହତ୍ୱ ରହିଛି। ଏହାକୁ ଦେଖି କୌଣସି ମନୁଷ୍ୟର ଭବିଷ୍ୟତ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନୁମାନ କରାଯାଇପାରେ। ଶରୀରରେ ଥିବା...

ଭୁବନେଶ୍ୱର ଛାଡ଼ିଲେ ପାକିସ୍ତାନୀ ମହିଳା ନଗମା ୟୁସୁଫ୍‌

ଭୁବନେଶ୍ୱର,୨୭ା୪: ଭୁବନେଶ୍ବର ଛାଡ଼ିଛନ୍ତି ପାକିସ୍ତାନୀ ନାଗରିକ ନଗମା ୟୁସୁଫ୍‌।  ୨୦୦୮ରେ ଜଣେ ବ୍ୟବସାୟୀଙ୍କୁ ବିବାହ କରି ଭୁବନେଶ୍ୱର ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେରହି ଆସୁଥିଲେ। ବିବାହ...

ଥମୁନି ଦାଦନ ମୃତ୍ୟୁ: ପୁଣି କେରଳରୁ ଫେରିଲା ଜଣେ ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୨୭ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ...

ଭାରତୀୟ ଖେଳାଳିଙ୍କୁ ଅଣଦେଖା କରୁଛନ୍ତି ରିକି ପଣ୍ଟିଂ, ଦେଉନାହାନ୍ତି ସୁଯୋଗ…

ନୂଆଦିଲ୍ଲୀ,୨୭।୪: ପଞ୍ଜାବ କିଙ୍ଗ୍ସକୁ ସବୁଠାରୁ ଦୁର୍ବଳ ଦଳ ମଧ୍ୟରେ ଗଣନା କରାଯାଉଥିଲା। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ରିକି ପଣ୍ଟିଂ ଏବଂ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ...

ସ୍ତ୍ରୀଙ୍କୁ ମର୍ଡର କରିବାକୁ ଆସି ବାପଘର ଲୋକଙ୍କ ପାଲଟା ଆକ୍ରମଣରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଜଟଣୀ,୨୭ା୪: ଖୋର୍ଦ୍ଧା ଜିଲା ଜଟଣୀ ଇନଫୋ ଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଣ୍ଡିହରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଶ୍ବଶୁର ଘରେ ଶାଶୁ, ସ୍ତ୍ରୀକୁ ଆକ୍ରମଣ ବେଳେ...

ଟିମ୍‌ ଇଣ୍ଡିଆରୁ ବହିଷ୍କୃତ ହେବା ପରେ ନାୟରଙ୍କୁ ମିଳିଲା ଆଉ ଏକ ଚାକିରି, ହେଲେ ଏହି ଟିମ୍‌ର ମେଣ୍ଟର

ନୂଆଦିଲ୍ଲୀ,୨୭।୪: ଟିମ୍‌ ଇଣ୍ଡିଆର ପୂର୍ବତନ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟାର ଏବେ ପ୍ରଶିକ୍ଷକ ଦଳର ଅଂଶ ନୁହଁନ୍ତି। ନିକଟରେ ବିସିସିଆଇ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image