ବଲାଙ୍ଗୀର ଏସ୍‌ଡିପିଓ ହୃଷୀକେଶ ମେହେର ନିଲମ୍ବିତ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଏ ନେଇ ସୋମବାର ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିଲମ୍ବନ ସମୟରେ ମେହେରଙ୍କ ମୁଖ୍ୟାଳୟ ନୟାଗଡ଼ ଏସ୍‌ପିଙ୍କ କାର୍ଯ୍ୟାଳୟ ରହିବ। ଏଠାରେ ସୂଚନାଯୋଗ୍ୟ, କଣ୍ଟାବାଞ୍ଜିର ଏକ ଲଜ୍‌ରୁ ୫୮ ଲକ୍ଷ ଟଙ୍କାର କ୍ୟାଶ୍‌ ଜବତ ହୋଇଥିଲା। ଏହି ଘଟଣାରେ ଆନ୍ଧ୍ର ପ୍ରଦେଶର ୭ ଜଣଙ୍କୁ ଅଟକ ରଖାଯାଇଥିଲା। ପରେ ସେହି କ୍ୟାଶ୍‌ରୁ କଣ୍ଟାବାଞ୍ଜି ଥାନାରୁ ୨୦ ଲକ୍ଷ ଜବତ ହୋଇଥିଲା। ଏହି ଘଟଣାରେ ଏସ୍‌ଡିପିଓ ମେହେର ସନ୍ଦେହଘେରକୁ ଆସିଥିଲେ। ଏହାପରେ ତାଙ୍କୁ ବଦଳି କରାଯାଇଥିଲା।

Share