ଭିଜିଲାନ୍ସ ଜାଲରେ ବଲାଙ୍ଗୀର ମୁଖ୍ୟ ଯୋଗାଣ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା…

ବଲାଙ୍ଗୀର,୧୨।୭: ଭିଜିଲାନ୍ସ ଜାଲରେ ବଲାଙ୍ଗିର ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର। ଶୁକ୍ରବାର ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଧରା ପଡ଼ିଛନ୍ତି। ଏହାପରେ ସରକାରୀ କାର୍ଯ୍ୟାଳୟରୁ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି।

ବଲାଙ୍ଗୀର ତୁଷୁରାର ଜଣେ ରାଇସ୍‌ ମିଲ୍‌ ମାଲିକଙ୍କଠାରୁ ପ୍ରଭାକର ୫୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ପୂର୍ବ ଯୋଜନା ଅନୁଯାୟୀ ତାଙ୍କୁ ସମ୍ବଲପୁର, ସୋନପୁର ଓ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଧରିଥିଲେ। ଏହାପରେ ତାଙ୍କ ବଲାଙ୍ଗୀର ସାଲେପାଲିଠାରେ ଥିବା ବାସଭବନ ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରାଯାଉଛି। ତେବେ ପ୍ରଭାକରଙ୍କ ବଲାଙ୍ଗିର ସ୍ଥିତ ବାସଭବନର ଅତିରିକ୍ତ ୪ ଲକ୍ଷ ୩୯ ହଜାର ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଥିବା ସୂଚନା ମିଳିଛି।

Share