ବଲାଙ୍ଗୀରର ଅନନ୍ୟ ପୀଠ ଦଲ୍‌ ତେତେଲ୍‌: ଯେଉଁଠି ମିଛ କହିବା ମନା

ବଲାଙ୍ଗୀର ଜିଲାରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠି ମିଛ କହିବା ସମ୍ପୂର୍ଣ୍ଣ ମନା। ସେଇ ସ୍ଥାନରେ ମିଛ କହିଲେ ଅନେକ ବିପତ୍ାତ୍‌, ଅଘଟଣ ଘଟେ ବୋଲି ବିଶ୍ୱାସ ରହିଛି। ଏଣୁ କୌଣସି ବି ପରିସ୍ଥିତି ହେଉ ପଛେ ସେଇ ସ୍ଥାନରେ ଶତ ପ୍ରତିଶତ ସତ କହିବାର ବିଧି ରହିଛି। ଏଭଳି ଏକ ଅନନ୍ୟ ଏବଂ ସ୍ବତନ୍ତ୍ର ପୀଠ ହେଉଛି ଦଲ୍‌ ତେତେଲ୍‌।

ବଲାଙ୍ଗୀର ସହରଠାରୁ ପ୍ରାୟ ୨୫ କିଲୋମିଟର ଦୂର ଦେଓଗଁା ବ୍ଲକ୍‌ କୁଲତାପଡ଼ା ଗ୍ରାମପଞ୍ଚାୟତର ଖଇରଗୁଡ଼ାସ୍ଥିତ ପ୍ରସିଦ୍ଧ ଶୂଲିଆ ପୀଠ ବଡ଼ଖଳାଠାରୁ ୫ କିଲୋମିଟର ଦୂର ମୁଣ୍ଡପଲା ଗଁାରେ ରହିଛି ଆଦିବାସୀ ସମ୍ପ୍ରଦାୟଙ୍କ ଏଇ ନିଆରା ପୀଠ ଦଲ୍‌ ତେତେଲ। ମୁଣ୍ଡପଲା ଗଁାର ମୁଖ୍ୟରାସ୍ତା କଡ଼ରେ ଥିବା ଅଙ୍ଗନୱାଡି କେନ୍ଦ୍ର ପରିସରରେ ରହିଛି ଏକ ତେନ୍ତୁଳିଗଛ। ଏଇ ତେନ୍ତୁଳିଗଛ ଆଦିବାସୀ ସମ୍ପ୍ରଦାୟର ଧାର୍ମିକ, ସାମାଜିକ ଏବଂ ସାଂସ୍କୃତିକ ଜୀବନର ଏକ ମହତ୍ୱର ଅଂଶବିଶେଷ। ଏହି ତେନ୍ତୁଳିଗଛ ତଳ ପରିସରକୁ କୁହାଯାଏ ଦଲ୍‌ ତେତେଲ୍‌। ଆଦିବାସୀଙ୍କ ପାଇଁ ଏହା ଏକ ପବିତ୍ର ସ୍ଥାନ। ଏଇ ଗଛତଳେ କେଉଁ ଆବହମାନ କାଳରୁ ଶୂଲିଆ ଅଞ୍ଚଳର କନ୍ଧ ଆଦିବାସୀ ସମ୍ପ୍ରଦାୟର ଝାଙ୍କର, ଦେହେରିଆମାନେ ଗୁରୁତ୍ୱପୂର୍ଣ୍ଣ ବୈଠକ କରନ୍ତି। ପ୍ରଥା ରହିଛି ଯେ, ପ୍ରତିବର୍ଷ ନୂଆଁଖାଇ (ଋଷି ପଞ୍ଚମୀ) ଏବଂ ପ୍ରସିଦ୍ଧ ଶୂଲିଆ ଯାତ୍ରା(ପୌଷମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର)ର ୧୦ ଦିନ ପୂର୍ବରୁ ଏହି ଦଲ୍‌ ତେତେଲ୍‌ଠାରେ ଶୂଲିଆ ଅଞ୍ଚଳଭାବେ ପରିଗଣିତ ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ ଏବଂ କଳାହାଣ୍ଡି ଜିଲାର ୧୫ ଗ୍ରାମପଞ୍ଚାୟତ ଅଧୀନ ୬୫ ଖଣ୍ଡ ଗଁାର ଗ୍ରାମ ଦେବଦେବୀଙ୍କ ପୂଜକ ଝାଙ୍କର ଏବଂ ଦେହେରିଆଙ୍କ ବୈଠକ ବସିଥାଏ। ଏହି ବୈଠକରେ ନୂଆଁଖାଇ ଏବଂ ଶୂଲିଆ ଯାତ୍ରା ପରିଚାଳନା ବିଷୟରେ ଆଲୋଚନା ହୋଇଥାଏ। ଏହା ବ୍ୟତୀତ ପ୍ରତ୍ୟେକ ଗଁା ତଥା ଅଞ୍ଚଳର ଝାଙ୍କର ଓ ଦେହେରିଆଙ୍କ ଧାର୍ମିକ ଏବଂ ସାମାଜିକ ନୀତିନିଷ୍ଠ, ସେମାନଙ୍କ ଶୁଦ୍ଧପୂତ ଜୀବନଯାପନ ଏବଂ ପ୍ରଥା ପରମ୍ପରା ବିଷୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥାଏ। ଆଦିବାସୀଙ୍କ ଧର୍ମଧାରା, ସାମାଜିକ ପରମ୍ପରାରେ କିଭଳି ତ୍ରୁଟିବିଚ୍ୟୁତି ନ ହେବ; ସମସ୍ତେ କିଭଳି ଏକ ଅନୁଶାସନ ଏବଂ ଶୃଙ୍ଖଳରେ ବାନ୍ଧିହୋଇ ନୀତିନିଷ୍ଠ ହେବେ ସେ ଦିଗରେ ଦଲ୍‌ ତେତେଲ୍‌ଠାରେ ବର୍ଷକୁ ଦୁଇଥର ବୈଠକ ବସେ। ଝାଙ୍କର ଓ ଦେହେରିଆମାନେ ନିଜ ଅଞ୍ଚଳର ବିଭିନ୍ନ ଘଟଣାବଳୀ, ପ୍ରଥା, ପରମ୍ପରା, ଧାର୍ମିକ ମହତ୍ତ୍ୱ ଏବଂ ସାମାଜିକ ସ୍ଥିତି ସମ୍ପର୍କରେ ସେଠାରେ ଆଲୋଚନା କରନ୍ତି। ଘଟଣାଗୁଡ଼ିକୁ ବିଶ୍ଳେଷଣ କରି ତା’ର ସମାଧାନ ପନ୍ଥା ଏବଂ ନିଷ୍ପତ୍ତିର ସାମାଜିକ ପ୍ରଭାବ ଆକଳନ କରନ୍ତି। ଏହି ଆଲୋଚନା ପର୍ଯ୍ୟାଲୋଚନା ଭିତରେ କେବଳ ଗୋଟିଏ ନିୟମ କାର୍ଯ୍ୟକାରୀ ହୁଏ, ତାହା ହେଲା କୌଣସି ପରିସ୍ଥିତିରେ କେହିବି ମିଛ କହିପାରିବେ ନାହିଁ। ପରିସ୍ଥିତିି ଯାହା ହେଉ ପଛେ ଝାଙ୍କର, ଦେହେରିଆମାନଙ୍କୁ ସତ କହିବାକୁ ପଡ଼ିବ। ମିଛ ଦ୍ୱାରା ଧର୍ମ, ସମାଜ ଏବଂ ପୃଥିବୀ ପରିଚାଳନା ସମ୍ଭବ ନୁହେଁ। ମିଛ କହିବା ମାନେ ପ୍ରକୃତିର ନିୟମକୁ ଉଲ୍ଲଂଘନ କରିବା। ଆଦିବାସୀମାନେ ପ୍ରକୃତିର ଉପାସକ। ଅନ୍ୟ ଅର୍ଥରେ କହିଲେ, ସେମାନେ ସରଳ ଏବଂ ସତ୍ୟନିଷ୍ଠ ଜୀବନର ବାର୍ତ୍ତାବହ। ଏଣୁ ଦଲ୍‌ ତେତେଲ୍‌ଠାରେ କେବଳ ସତ ବ୍ୟତୀତ ମିଛ ବା ଛଳନାର କୌଣସି ସ୍ଥାନ ନାହିଁ।
ସାମାଜିକ ସହାବସ୍ଥାନର ସରଳ ନିୟମ ଭିତରେ ଆଦିବାସୀଙ୍କ ମୁଖ୍ୟ ଇଷ୍ଟଦେବ ଶୂଲିଆ ବୁଢ଼ା ଏଇ ଅଞ୍ଚଳର ଲକ୍ଷାଧିକ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମୁଖ୍ୟ ଦେବତା ପାଲଟି ଯାଇଛନ୍ତି। ଶୂଲିଆ ପୀଠର ମୁଖ୍ୟ ପୂଜକ ବା ରାଜ ଦେହେରିଆ ସୋମନାଥ ଦେହେରିଆ ଏବଂ ମିଳିତ ଶୂଲିଆ ପୂଜା କମିଟି ଆବାହକ ମୟ ପ୍ରଧାନୀ କହିଛନ୍ତି, ପ୍ରତିବର୍ଷ ନୂଆଁଖାଇ ଏବଂ ପ୍ରସିଦ୍ଧ ଶୂଲିଆ ଯାତ୍ରାର ୧୦ ଦିନ ପୂର୍ବରୁ ଦଲ୍‌ ତେତେଲ୍‌ଠାରେ ଏହି ଅଞ୍ଚଳର ସମସ୍ତ ଗଁାର ଝାଙ୍କର, ଦେହେରିଆମାନେ ସାମୂହିକ ବୈଠକରେ ଯୋଗଦିଅନ୍ତି। ନିୟମ ଅନୁସାରେ, ସେଠାରେ ଆଲୋଚନା, ପର୍ଯ୍ୟାଲୋଚନା କରନ୍ତି। କିଭଳି ପ୍ରାକୃତିକ ନିୟମ, ଶୁଦ୍ଧପୂତ ଚେତନାରେ ନୂଆଁଖାଇ ଏବଂ ଶୂଲିଆ ଯାତ୍ରା ପାଳନ ହେବ ତାହା ସେଠି ବିଚାର ହୁଏ। ମିଛ ଓ ଛଳନାର ଊର୍ଦ୍ଧ୍ୱକୁ ଉଠି ବାସ୍ତବିକ ସରଳ, ନିଷ୍କପଟ ଏବଂ ପ୍ରକୃତି ଅନୁଯାୟୀ ଜୀବନ ଜିଇବାର ସଂକଳ୍ପ ନେବା ଏବଂ କୌଣସି ପରିସ୍ଥିତିରେ ମଧ୍ୟ ପ୍ରାକୃତିକ ନିୟମ ବା ଶୃଙ୍ଖଳ ନ ଭାଙ୍ଗିବା ବୋଲି ସଂକଳ୍ପ ନେବାର ଏକ ମହିମାମୟ ସ୍ଥାନ ହେଉଛି ଦଲ୍‌ ତେତେଲ୍‌। ବିଭିନ୍ନ କାରଣରୁ ଏହି ନିଆରା ସ୍ଥାନଟି ଲୋକଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଆବଶ୍ୟକ ଉନ୍ନତି କରାଯାଇନାହିଁ। ଏହି ସ୍ଥାନ ଏବଂ ଏଠାକାର ନିଆରା ନୀତିନିୟମ, ପ୍ରଥା ପରମ୍ପରା ଉପରେ ଅଧିକରୁ ଅଧିକ ଗବେଷଣା ହେବାର ଆବଶ୍ୟକତା ରହିଛି।
– ରିପୋର୍ଟ: ବୀରେନ୍ଦ୍ର କୁମାର ଝାଙ୍କର


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri